ମନୋରଞ୍ଜନ

କଙ୍ଗନା ରାନାୱାତଙ୍କ ଚଳଚିତ୍ର ‘ଏମରଜେନ୍ସି’ ମୁକ୍ତିଲାଭ କରିବ, ହେଲେ କେତେକ ଦୃଶ୍ୟକୁ ଦିଆଯିବ ବାଦ

Posted on

କଙ୍ଗନା ରଣାୱତଙ୍କ ଅଭିନିତ ‘ଏମରଜେନ୍ସି’ ମୁକ୍ତିଲାଭ କରିବ, ହେଲେ କେତେକ ଦୃଶ୍ୟକୁ କାଟିବାକୁ ପଡିବ। ଆଜି ଏହି ଘୋଷଣା କରିଛି କେନ୍ଦ୍ର ଚଳଚିତ୍ର ସେନସର ବୋର୍ଡ। ଏହି ଚଳଚିତ୍ରଟି ଦେଖିବା ପରେ ପ୍ରଯୋଜନା ସଂସ୍ଥାକୁ କେତେକ ବିବାଦୀୟ ଦୃଶ୍ୟକୁ ବାଦ ଦେବା ପାଇଁ କହିଛି ବୋର୍ଡ। ଏହାପରେ ମୁକ୍ତିଲାଭ କରାଯିବ ବୋଲି ବୋର୍ଡ କହିଛି।ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬ ତାରିଖରେ ମୁକ୍ତିଲଭା କରିବାର ଥିଲା, କିନ୍ତୁ କେତେକ ଐତିହାସିକ ତ୍ରୁଟି ଅଭିଯୋଗ ଆସିବା ଏବଂ ଶିଖ ସମ୍ପ୍ରଦାୟ ଏହାକୁ ବିରୋଧ କରିବା ପରେ ଚଳଚିତ୍ରଟି ମୁକ୍ତି ଲାଭ କରିପାରି ନ ଥିଲା।

ଏହି ଚଳଚ୍ଚିତ୍ରଟି ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ।ଏହି ଚଳଚିତ୍ର ରିଲିଜକୁ ଶିଖ ସଂଗଠନଗୁଡ଼ିକ ବିରୋଧ କରିଛନ୍ତି ଏବଂ ଏହାର ପ୍ରତିବନ୍ଧକ ମଧ୍ୟ ଦାବି କରିଛନ୍ତି। ବିବାଦ କାରଣରୁ ଫିଲ୍ମଟି ସେନସର ବୋର୍ଡ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇ ନ ଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version