Latest

କମୁଛି କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର

Posted on

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର କୋପ ଜାରି ରହିଛି। କରୋନାର ଦ୍ୱିତୀୟ ଲହର ବେଳେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଯାହାକି ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ଇତି ମଧ୍ୟରେ କରୋନା ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪.୧୪ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪ ହଜାରରୁ ଅଧିକ କରୋନାରେ ଆଖି ବୁଜିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୪ ହଜାର ୧୮୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏହି ଅବଧି ମଧ୍ୟରେ ୩,୯୧୫ ଜଣ ଆଖି ବୁଜିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮ ହୋଇଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩ ଛୁଇଁଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version