Latest

କରୋନା କାଳରେ କୃଷ୍ଣଙ୍କ ମହାନତା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):
ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ଲୋକମାନେ ଲକଡାଉନ ଓ ଶଟଡାଉନ ମଧ୍ୟରେ ରହୁଛନ୍ତି। ଲକଡାଉନ ଯୋଗୁ ଗରିବ ଲୋକମାନେ ରୋଜଗାର ଅଭାବାରୁ ପେଟକୁ ଦିମୁଠା ଖାଦ୍ୟ ଯୋଗାଡ଼ କରିବାରେ ସଂଘର୍ଷ କରୁଛନ୍ତି। ଏସବୁ ଭିତରେ ଅନେକ ଲୋକ ଓ ବଦାନ୍ୟ ବ୍ୟକ୍ତି କରୋନା ସଂକ୍ରମଣ ସମୟରେ ଗରିବ ଓ ଅସହାୟଙ୍କୁ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି କୃଷ୍ଣ ଚନ୍ଦ୍ର ପ୍ରଧାନ।

ସେ କରୋନା ଓ ଲକଡାଉନ ସମୟରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସେ ନିଜ ଦରମାରୁ ହିଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଯୋଗାଇ ଦେଉଛନ୍ତି। ପୂର୍ବରୁ ସେ ଗରିବଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦେଉଥିଲେ। ନୟାପଲ୍ଲୀ ଅଞ୍ଚଳରେ ରହୁଥିବା କୃଷ୍ଣ ଗୋଟିଏ ଘରୋଇ ହସ୍ପିଟାଲରେ କାମ କରନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version