ରାଜ୍ୟ

କରୋନା ଯୁଦ୍ଧରେ ହାରିଗଲା ମା’, ଜିତିଗଲା ଶିଶୁ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା ଯୁଦ୍ଧରେ ହାରିଗଲେ ମାଆ। କିନ୍ତୁ ଜିତିଲା ୭ ଦିନର ଶିଶୁ କନ୍ୟା । ମହାମାରୀକୁ ମାତ୍ ଦେଇ ପାଇଲା ନୂଆ ଜୀବନ । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରର ଅଙ୍ଗନବାଡ଼ି କର୍ମୀ ଦିପ୍ତୀମୟୀ ଦେବୀ ଗତ ୩୦ ତାରିଖରେ ଏହି ଶିଶୁ କନ୍ୟାର ପ୍ରସବ ପରେ ତା’ପର ଦିନ ଆଖି ବୁଜିଥିଲେ। ୯ ମାସର ଗର୍ଭବତୀ ଥିବା ସମୟରେ ଚିକିତ୍ସା ପାଇଁ ଯାଇଥିବାବେଳେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ତେବେ ସେହି ଅବସ୍ଥାରେ ସେ କନ୍ୟା ସନ୍ତାନଟିକୁ ଜନ୍ମ ଦେଇଥିଲେ ।

ହେଲେ ଜନ୍ମ ହେବା ପରେ ଶିଶୁ କନ୍ୟାଟିର ଶରୀରରେ ପ୍ରାଥମିକ କୋଭିଡ ଲକ୍ଷଣ ଦେଖାଦେଇଥିଲା । ମାଆ ଚାଲିଯାଇଥିଲେ ବି ଶିଶୁ କନ୍ୟାକୁ କିଭଳି କରୋନା କବଳରୁ ଉଦ୍ଧାର କରାଯିବ ସେଥିପାଇଁ ଶିଶୁ ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ସୁନିଲ ଅଗ୍ରୱାଲଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍ ।

କୋଭିଡ ହସପିଟାଲରେ ଚାଲିଥିଲା ତା ଚିକିତ୍ସା। ୫ରୁ ୬ଦିନ ପରେ କରୋନା ଲକ୍ଷଣ ହଟିବା ପରେ ଶିଶୁକନ୍ୟାକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version