ରାଜ୍ୟ

‘କାଳିଆ’ ଯୋଜନା : ୨୫ରେ ଚା‌ଷୀଙ୍କ ଆକାଉଣ୍ଟ୍‌କୁ ଯିବ ଟଙ୍କା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ‘କାଳିଆ’ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସରକାର ପୂରା ଦମ୍‌ରେ ଅଣ୍ଟା ଭିଡ଼ିଛନ୍ତି। ବ୍ଲକ୍ ସ୍ତର ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ଘନ ଘନ ବୈଠକ ହୋଇ ଜୋର୍‌ଦାର୍ କସ୍‌ରତ ଜାରି ରହିଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କାଳିଆ ଯୋଜନାର ଅଗ୍ରଗତିର ସମୀକ୍ଷା‌ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମିଳିଥିବା ସବୁଜ ଓ ନାଲି ଫର୍ମର ଡାଟା ଏଣ୍ଟ୍ରି ସାରି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏ ଯିବ । ୫ଟି ପର୍ଯ୍ୟାୟରେ ମୋଟ ୨୫ହଜାର ଟଙ୍କାର ସହାୟତା ଏହି ଯୋଜନାରେ ମିଳିବ ।

ସମୀକ୍ଷାରୁ ମିଳିଥିବା‌ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ନାମ ସଂଯୋଗ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୬୬ ଲକ୍ଷ ପର୍ଯ୍ୟନ୍ତ ସବୁଜ ଫର୍ମ ମିଳିଛି। ନାମ ବାଦ ଦେବା ପାଇଁ ପ୍ରାୟ ୩୫ ହଜାରରୁ ଅଧିକ ଦରଖାସ୍ତ ମିଳିଛି। ତାହା ଛଡ଼ା ଏକାଧିକ ଦରଖାସ୍ତ, ଧନୀ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବର୍ତ୍ତମାନ ସେବାରତ ଥିବା ସରକାରୀ ଓ ସାଧାରଣ ଆ‌ୟୋଗ ଆଦିର କର୍ମଚାରୀଙ୍କ ନାମ ମଧ୍ୟ ତାଲିକାରୁ ବାଦ୍ ଦେବା ପାଇଁ ନୀରିକ୍ଷକ ଓ ଅନୁସନ୍ଧାନକାରୀ ଅଧିକାରୀମାନଙ୍କୁ ନି‌େର୍ଦ୍ଦଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ଡାଟା ଏଣ୍ଟ୍ରି ପାଇଁ ପର‌୍ୟ୍ୟାପ୍ତ କମ୍ପ୍ୟୁଟର ବ୍ୟବସ୍ଥା କରାଯିବା ସହ ଡାଟା ଏଣ୍ଟ୍ରି ଅପରେଟର୍‌ମାନଙ୍କୁ ମୁତୟନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ୩ଟି ସିଫ୍‌ଟ୍‌ ଡାଟା ଏଣ୍ଟ୍ରି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଦୈନିକ ପ୍ରାୟ ୧୦.୫୦ ଲକ୍ଷ ପର‌୍ୟ୍ୟନ୍ତ ଫର୍ମ ତଥ୍ୟ ରଖି ପାରିବା ପରି କ୍ଷମତାସମ୍ପନ୍ନ କମ୍ପ୍ୟୁଟର୍ ସର୍ଭର୍ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲ୍ଲାକୁ ମଧ୍ୟ ପର‌୍ୟ୍ୟବେକ୍ଷକ ପଠାଯାଇ କାର‌୍ୟ୍ୟାନ୍ବୟନ ଅଗ୍ରଗତିକୁ ତ୍ବରାନ୍ବିତ କରାଯାଉଛି। ଆବଶ୍ୟକ ହେଲେ ରାତି ସିଫ୍‌ଟ୍‌ ପାଇଁ ଅଧିକ ଘରୋଇ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କ ଅନୁରୋଧକୁ ବିଚାର କରି ମୁଖ୍ୟ ଶାସନ ସଚିବ ଏଥି ପାଇଁ ଅନୁମତି ଦେଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version