Latest

କୃଷ୍ଣପ୍ରସାଦରେ ଗଡ଼କରୀଙ୍କ ବଡ ଘୋଷଣା,ଭୁବନେଶ୍ୱର ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ

Posted on

ପୁରୀ କୃଷ୍ଣପ୍ରସାଦରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କୃଷ୍ଣପ୍ରସାଦରେ ବିଶାଳ ଜନସଭାକୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ଗଡ଼କରୀ। ରାଞ୍ଚିରୁ ସମ୍ବଲପୁର ୪ ଲେନ୍‌ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ଘୋଷଣା କଲେ ଗଡ଼କରୀ।

ଭୁବନେଶ୍ୱର ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ ହେବ। ୧୧୧ କିମି ୬ ଲେନ୍‌ ବିଶିଷ୍ଟ ରିଂ ରୋଡ୍ ପାଇଁ ୬୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।ସମ୍ବଲପୁରରେ ୩୫ କିମି ୪ ଲେନ୍‌ ବିଶିଷ୍ଟ ରିଂ ରୋଡ୍‌ ହେବ। ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ-ରାମେଶ୍ବର ୪ ଲେନ୍‌ ରାସ୍ତା ହେବ ଏହାସହ କଟକରୁ ପାରାଦୀପ ୪ ଲେନ୍‌ ୨୩୭୦ କୋଟିରେ ନିର୍ମାଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ୨ ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି।

ରାୟପୁରରୁ ବିଶାଖାପାଟଣା ୬ ଲେନ୍‌ ରାସ୍ତା ନିର୍ମାଣ ହେବ। ସେଥିରୁ ୨୪୦ କିଲୋମିଟର ଓଡ଼ିଶାରେ, ଡିସେମ୍ବର ସୁଦ୍ଧା କାମ ସରିବ।ଚିଲିକାରେ ସେତୁ ନିର୍ମାଣ ପାଇଁ ବି ଘୋଷଣା କଲେ ଗଡ଼କରୀ। ଡିପିଆର୍‌ ପ୍ରସ୍ତୁତ ହୋଇଯାଇଛି, ନିର୍ବାଚନ ପରେ କାମ ଆରମ୍ଭ ହେବ କହିଲେ କେନ୍ଦ୍ରମନ୍ତ୍ରୀ।ଏହାସହ ନିଜ ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ,ଆଜି ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶକୁ ସୁଖୀ, ସମୃଦ୍ଧ କାମନା କଲି।ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ, ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ। ନଡ଼ାରୁ ବାୟୋ ସିଏନ୍‌ଜି ଉତ୍ପାଦନ ଆରମ୍ଭ ହୋଇଯାଇଛି, ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ, ଆଗାମୀ ଦିନରେ ସବୁ ପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ, ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି। ବିଜେପିର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version