Latest

କେନ୍ଦ୍ର ସରକାର କେବଳ ପ୍ରଚାରଧର୍ମୀ ନହେଉ: ବିଜେଡି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର ମୁହାଁମୁହିଁ ହେବାପରେ ଏହାର ପ୍ରତିଫଳନ ରାଜ୍ୟରେ ପଡ଼ିଛି । ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦମାନେ ସଂସଦରେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି ବୋଲି ଅଭିଯୋଗ ଆଣିବାପରେ ବିଜେଡି ମଧ୍ୟ ପାଲଟା ଅଭିଯୋଗ କରିଛି ।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ବାସ୍ତବତାକୁ ଆସୁ । ଖାଲି ସ୍ୱପ୍ନରେ ପ୍ରଚାରଧର୍ମୀ ନହେଉ । ଏମଏସପି ଦ୍ୱନ୍ଦ୍ୱ ଦୂର କରିବାରେ ଅସୁବିଧା କେଉଁଠି? ଏମଏସପିକୁ ଆଇନ ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆଣନ୍ତୁ । ଲୋକେ ଲାଭ ପାଇବାକୁ ଚାହୁଁଥିଲେ ଏମଏସପିକୁ ଆଇନ ପ୍ରକ୍ରିୟାକୁ ଆଣନ୍ତୁ । ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇନି । ସମ୍ପୂର୍ଣ୍ଣ ରିପୋର୍ଟକୁ କାର୍ଯ୍ୟକାରୀ ନକରି କେବଳ ଗୋଟିଏ କଥା କୁହାଯାଉଛି । ୫୦କି ୧୦୦ଟଙ୍କା ବୃଦ୍ଧି କରି ଏମଏସପି ବଢ଼ାଇଲୁ ବୋଲି କେନ୍ଦ୍ର ସରକାର କହୁଛନ୍ତି । ତେଣୁ କେନ୍ଦ୍ର ସରକାର ବାସ୍ତବତାକୁ ଆସୁ, ଖାଲି ସ୍ୱପ୍ନରେ ପ୍ରଚାରଧର୍ମୀ ନହେଉ । ସେହିପରି ରେଳ ଅନୁଦାନ ପ୍ରସଙ୍ଗରେ ଶ୍ରୀ ଶତପଥୀ କହିଛନ୍ତି ଯେ, ଏଠି ୟୁପିଏ କି ଏନଡିଏ କଥା ପଡ଼ିନି । ବିଜେଡି ସର୍ବଦା ଓଡ଼ିଶାର ଆବଶ୍ୟକତା କଥା କହୁଛି । ଓଡ଼ିଶାକୁ ଅବହେଳା କରିବାରେ ପୂର୍ଣ୍ଣଚ୍ଛେଦ ପଡ଼ି ନାହିଁ ବୋଲି ଶ୍ରୀ ଶତପଥୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version