Latest

କୋଭିଡ ହସ୍ପିଟାଲ ଜଗୁଛନ୍ତି ଅଗ୍ନିଶମ କର୍ମଚାରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):
କରୋନା କବଳିତ ରାଜ୍ୟବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସମଗ୍ର ରାଜ୍ୟରେ କାମ କରୁଛି ୬୨ଟି କୋଭିଡ୍ ହସ୍ପିଟାଲ । ଏଥିଯୋଗୁ କୋଭିଡ ହସ୍ପିଟାଲରେ ଅସମ୍ଭାଳ ଭିଡ଼ ଦେଖାଦେଉଥିବା ବେଳେ ବହୁ ସମୟରେ ଅଗ୍ନିକାଣ୍ଡ ପରି ଅଘଟଣ ଘଟି ବହୁ ଜୀବନ ଯାଉଛି। ଏପରି ସ୍ଥିତିରୁ ମୁକୁଳିବାକୁ ସଜାଗ ରହିଛନ୍ତି ରାଜ୍ୟ ସରକାର। ସାରା ରାଜ୍ୟରେ ପ୍ରାୟ ୬୨ଟି କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ଏଡ଼ାଇବାକୁ ନିୟୋଜିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ ।

ଏଥିଲାଗି ୩୮୪ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ହସ୍ପିଟାଲରେ ୨୪ ଘଣ୍ଟିଆ ଡ୍ୟୁଟିରେ ମୁତୟନ କରାଯାଇଛି । ପ୍ରତି ହସ୍ପିଟାଲରେ ୩ ସିଫ୍ଟରେ କର୍ମଚାରୀ ମୁତୟନ ରହିଛନ୍ତି । ଅଗ୍ନିଶମ କର୍ମଚାରୀଙ୍କ ସହ ଆବଶ୍ୟକ ଅଗ୍ନି ନିର୍ବାପକ ଉପକରଣ ମଧ୍ୟ ରଖାଯାଇଛି । କୌଣସି ହସ୍ପିଟାଲରେ ଦୁର୍ଘଟଣାବଶତଃ ଅଗ୍ନିକାଣ୍ଡ ଘଟିଲେ ଏହାକୁ ନିୟନ୍ତ୍ରଣ କରିବାକୁ କର୍ମଚାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବର ଦେବେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version