Latest

ଖଣ୍ଡଗିରି ଥାନାରେ ମହିଳାଙ୍କ ଦୁର୍ବ୍ୟବହାର ଘଟଣା: ମହିଳାଙ୍କ ନାଁରେ ରୁଜୁ ହେଲା ମାମଲା

Posted on

ଗତକାଲି ରାତିରେ ମଦ୍ୟପାନ କରି ମହିଳା ଖଣ୍ଡଗିରି ଥାନାରେ ଉତ୍ପାତ କରିବା ଘଟଣାରେ ଆଜି ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ । ଡ୍ୟୁଟିରେ ଥିବା ପୋଲିସଙ୍କୁ ଦୁର୍ବ୍ୟବହାର ନେଇ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ପରେ ନୋଟିସ ଦେଇ ପୋଲିସ ଛାଡ଼ିଦେଇଛି ।

ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ଡିସିପି ପିନାକ ମିଶ୍ର କହିଛନ୍ତି ଆଇନ ସମସ୍ତଙ୍କ ପାଇଁ ସମାନ, କାର୍ଯ୍ୟାନୁଷ୍ଠାନ ହେବ । ଆଇନ ଅନୁଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଥାନାକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଏଭଳି କୌଣସି ଘଟଣା ଘଟିଲେ ସମ୍ବେଦନଶୀଳ ଭାବେ ଗ୍ରହଣ କରନ୍ତୁ । ସମସ୍ତ ତଥ୍ୟ ପ୍ରମାଣ ସହ ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ସୂଚନା ମୁତାବକ; ଗତକାଲି ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳାଙ୍କ ଉତ୍ପାତ ସବୁ ସୀମା ଟପି ଯାଇଛି । ଏହାର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳାଜଣକ ନିଶାସକ୍ତ ଅବସ୍ଥାରେ ଥାନାକୁ ଆସି ସେଠାରେ ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ତାଙ୍କର କୌଣସି ସମ୍ପର୍କୀୟଙ୍କୁ ଖୋଜିବାକୁ କହିଥିଲେ । ପରେ ମହିଳା ଥାନାରେ ଗୋଡ ଉପରେ ଗୋଡ ପକେଇ ଥାନା ବାବୁଙ୍କୁ ଆଙ୍ଗୁଠି ଦେଖାଇ ଧମକ ଚମକ ଦେଉଛନ୍ତି । ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଥଟ୍ଟା ପରିହାସ କରିଥିବା ମଧ୍ୟ ଭିଡ଼ିଓ ରେ ଦେଖା ଯାଇଛି। ଦୀର୍ଘ ସମୟ ଧରି ଏହି ପରି ଯୁକ୍ତିତର୍କ ଓ ଉତ୍ପାତ କରିଥିଲେ ମହିଳା । ଏପରିକି ଜଣେ ପୁରୁଷ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ହାତ ମାରିବାକୁ ମଧ୍ୟ ମହିଳା ଜଣକ ପଛାଇନଥିଲେ । ତେଣୁ ସମସ୍ତ ତଥ୍ଯ ଅନୁଯାୟୀ ମହିଳାଙ୍କ ନାଆ ରେ ମାମଲା ରୁଜୁ ହୋଇଛି

Leave a Reply

Your email address will not be published. Required fields are marked *

Most Popular

Exit mobile version