Latest

ଖୋର୍ଦ୍ଧା ଓ ସୋନପୁରରେ ନୂଆ ପୁଲିସ୍ ଏସପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ଆଜି ବରିଷ୍ଠ ଓପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କରିଥିବାବେଳେ ଖୋର୍ଦ୍ଧା ଓ ସୋନପୁରରେ ନୂଆ ପୁଲିସ୍ ଏସପିଙ୍କୁ ଅବସ୍ଥାପିତ କରାଯାଇଛି । ଏହାସହିତ ୩ଜଣ ବରିଷ୍ଠ ଓପିଏସଙ୍କୁ ମଧ୍ୟ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅତିରିକ୍ତ ପୁଲିସ ଏସପି ପାହ୍ୟାରେ କାର୍ଯ୍ୟରତ ବରିଷ୍ଠ ଓପିଏସ୍ ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୁବ୍ରତ ମହାନ୍ତି ଓ ବିନୟକୃଷ୍ଣ କାମିଲାଙ୍କୁ ପଦୋନ୍ନତି ମିଳିଥିବାବେଳେ କ୍ରାଇମବ୍ରାଂଚ ଏସପି ଆରକେ ଦୋରାଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସପି, ଗଜପତିରେ ଅତିରିକ୍ତ ଏସପି ଥିବା ସୀତାରାମ ଶତପଥୀଙ୍କୁ ସୋନପୁର ଜିଲ୍ଲା ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି । ସେହିପରି ଓପିଏସ୍ ସୁବ୍ରତ ମହାନ୍ତିଙ୍କୁ ଭୁବନେଶ୍ୱର ଏସଆଇଡବ୍ଲ୍ୟୁ ଏସପି, ବିନୟକୃଷ୍ଣ କାମିଲାଙ୍କୁ କ୍ରାଇମବ୍ରାଂଚ ଏସପି ଏବଂ ଏକେ ଜେନାଙ୍କୁ ରାଉରକେଲା ରେଳବାଇ ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version