Latest
ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍
ଭୁବନେଶ୍ୱରରେ ଇକୋ ଫ୍ରେଣ୍ଡଲି ଭାବେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଜାରି କଲା ଗାଇଡଲାଇନ୍। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ କରାଯାଇଛି। ଗୋଟିଏ ହେଲା ଟଙ୍କପାଣି ବ୍ରିଜ ଏବଂ ଅନ୍ୟଟି ଦୟାନଦୀ କୂଳରେ ବିସର୍ଜନ ପାଇଁ ବିଏମସି ତରଫରୁ ଆୟୋଜନ ହୋଇଛି । ସେହିପରି ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ ବିଏମ୍ସି କଲ୍ୟାଣ ମଣ୍ଡପରେ ବିସର୍ଜନ ପାଇଁ ମୂର୍ତ୍ତି ଦେଇପାରିବେ। ସେହି ମୂର୍ତ୍ତିକୁ ବିଏମ୍ସି ବିସର୍ଜନ କରିବ। ଏନେଇ ରାଜଧାନୀର ୮ କଲ୍ୟାଣ ମଣ୍ଡପରେ ମୂର୍ତ୍ତି ହସ୍ଥାନ୍ତର ଲାଗି ଲିଷ୍ଟ ଜାରି ହୋଇଛି। ଡେପୁଟି କମିଶନର ଏହାର ତଦାରଖ କରିବେ। ଗାଡ଼ି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂତ୍ତି ପହଞ୍ଚାଯିବ। ଏନେଇ ଶ୍ରମିକ ଆବଶ୍ୟକ ହେଲେ ଏନ୍ଜିଓ ମାଧ୍ୟମରେ ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଛି।