Latest

ଗୁରୁତର କରୋନୀ ରୋଗୀଙ୍କୁ ଦିଆଯିବ ‘ଟୋସଲିଜୁମ୍ବା’ ଇଞ୍ଜେକସନ୍‌

Posted on

ଭୁବନେଶ୍ୱର,(ଓଡ଼ିଶା ୱେୟାର): ରାଜ୍ୟରେ କରୋନା ଏବେ ଦିନକୁ ଦିନ ଲମ୍ବ ଡିଆଁ ମାରୁଥିବା ବେଳେ ଘାତକ ସାଜିଲାଣି ମେ’। ଚଳିତ ମାସରେ ରାଜ୍ୟରେ କରୋନା ପିକ୍‌ରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ। ଏପରି ସ୍ଥିତିରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ତଥା ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯିବ ଟୋସଲିଜୁମାବ୍ ଇଂଜେକସନ୍। ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆକଳନ କରାଯାଉଥିବା ବେଳେ ଏହାକୁ କିନ୍ତୁ ତୁରନ୍ତ ଅନୁମୋଦନ ମିଳିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

କରୋନା ଆକ୍ରାନ୍ତଙ୍କୁ ଟୋସଲିଜୁମାବ୍ ଇଂଜେକସନ୍ ଦିଆଯିବା ନିମନ୍ତେ ଏସ୍ଓପି ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଭେଣ୍ଟିଲେଟରରେ ଥିବା ତଥା ଗୁରୁତର ଆକ୍ରାନ୍ତ ଥିବା ରୋଗୀଙ୍କ କ୍ଷେତ୍ରରେ ଟୋସଲିଜୁମାବ୍ ଇଂଜେକସନ୍ ବ୍ୟବହାର କରିବାକୁ କୁହାଯାଇଛି ।
ବିଶେଷ ଭାବେ ଅକ୍ସିଜେନ ଲେବଲ କମ୍ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରାଯିବ । ଟୋସଲିଜୁମାବ୍ ଇଂଜେକସନ୍‌କୁ ଊଉଏଓ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହାସହ ବିଶେଷଜ୍ଞ ଟିମ୍ ବି ଏହାର ବ୍ୟବହାରକୁ ନେଇ ସହମତି ପ୍ରକାଶ କରିଛି । ବହୁ ମାତ୍ରାରେ ହସ୍ପିଟାଲ ପକ୍ଷରୁ ଏହାର ବ୍ୟବହାର ପାଇଁ ନିବେଦନ କରାଯାଉଥିବା ବେଳେ ଏହା କେତେ ପରିମାଣରେ ଆବଶ୍ୟକ ସେ ନେଇ ସବିଶେଷ ତଥ୍ୟ ମଗାଯାଇଛି ।

ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଇ ଏହାକୁ ପ୍ରୟୋଗ କରାଯିବ। ତାସହ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ ହେଉଥିବା ଅନ୍ୟ ଔଷଧ ବି ଏସ୍ଓପିରେ ଉଲ୍ଲେଖ କରାଯାଇଛି । ହସ୍ପିଟାଲ୍ କର୍ତ୍ତୃପକ୍ଷ ଏସମ୍ପର୍କରେ ସିଡିଏମ୍ଓକୁ ସମ୍ପୂର୍ଣ୍ଣ ତଥ୍ୟ ଦେବେ । ଜିଲ୍ଲାପାଳଙ୍କ ସମେତ ସମସ୍ତ ସିଡିଏମ୍ଓ, ଏମ୍ସ ନିର୍ଦ୍ଦେଶକ ଓ ରାଜ୍ୟର ପ୍ରମୁଖ୍ୟ ଡାକ୍ତରଖାନାର ମୁଖ୍ୟଙ୍କୁ ବି ଏହି ଚିଠି ଜାରି ହୋଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version