Latest

ଘରୋଇ ହସ୍‌ପିଟାଲ ସିଲ କଲା ପୁଲିସ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ଏସ୍‌ସିବିକୁ ଦଲାଲମୁକ୍ତ କରିବାକୁ କଟକ କମିଶନରେଟ ପୋଲିସ ମିଶନ ଜୋରଦାର କରିଛି। ଗତ କିଛି ଦିନ ଭିତରେ ଏସ୍‌ସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସିଂହୋମକୁ ସିଲ୍ କରାଯାଇଛି। ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ହସ୍‌ପିଟାଲ ନାଁରେ ଥାନାରେ ରୋଗୀ ଶୋଷଣର ଅଭିଯୋଗ ହୋଇଥିଲା। ଝାଡ଼ଖଣ୍ଡ ଅଞ୍ଚଳର ଜଣେ ମହିଳା ଗତ ୩୦ ତାରିଖରେ ଗୁରୁତର ଅବସ୍ଥାରେ ଏସ୍‌ସିବି କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ।

ତେବେ ସେଠାରେ ଜଣେ ଦଲାଲ ତାଙ୍କୁ ପ୍ରଲୋଭିତ କରି କାଠଗୋଲା ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ପଠାଇ ଦେଇଥିଲେ। ସମ୍ପୃକ୍ତ ରୋଗୀଙ୍କର ଦୁଇ ଦିନ ତଳେ ଆଇସିୟୁରେ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଗୀ ବଞ୍ଚିଥିବା କହି ଟଙ୍କା ନେଇ ଚାଲିଥିଲେ। ପରିବାର ଲୋକେ ଥାନାରେ ଅଭିଯୋଗ କଲାପରେ ପୁଲିସ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସୋମବାର କଟକ ସିଡ଼ିଏମଓ ଏବଂ ପୁଲିସ ମିଳିତ ଭାବରେ ସଂପୃକ୍ତ ନର୍ସିଂହୋମରେ ଚଢାଉ କରିଥିଲେ । ଯାଞ୍ଚବେଳେ ବିନା ଲାଇସେନ୍ସ ଓ ପ୍ରମାଣପତ୍ରରେ ବେଆଇନ ଭାବରେ ଦୀର୍ଘଦିନ ହେଲା ଏହି ନର୍ସିଂହୋମ ଚାଲଥିବା ଜଣାପଡ଼ିବା ପରେ ସେହି ନର୍ସିଂହୋମକୁ ସିଲ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version