ରାଜନୀତି

ଚମକ୍ରାର ଅଭିନୟ କରି ହସ୍ପିଟାଲରେ ଅଛନ୍ତି ଅନନ୍ତ ଜେନା: ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ନିର୍ବାଚନ ହାରିବା ଭୟରେ ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛିା ବିଜେଡିର ଗୁଣ୍ଡାମାନେ ପ୍ରତିହିଂସାପରାୟଣ ହୋଇ ବିରୋଧୀ ସମେତ ନିର୍ବାଚନ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି । ଏହା ସତ୍ତେ୍ୱ୍ୱ ରାଜ୍ୟ ପୁଲିସ ପ୍ରଶାସନ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜି ହୀନ ରାଜନୀତି କରିଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଯେଉଁଭଳି ଭାବେ ଗତକାଲି ସରକାରୀ ଅଫିସରମାନଙ୍କୁ ମରଣାନ୍ତକ ଆକ୍ରମଣ କଲେ ସେଥିରୁ ସ୍ପଷ୍ଟ ହେଉଛି ଯେ ନବୀନ ବାବୁଙ୍କ କହିବା ଏବଂ କରିବାରେ ପ୍ରାର୍ଥକ୍ୟ ରହିଛନ୍ତି । ରାଜ୍ୟର ସାଢେ ୪ କୋଟି ଲୋକଙ୍କୁ ‘ମୋ ପରିବାର’ କହିବୁଲୁଥିବା ମୁଖ୍ୟମନ୍ତ୍ରୀ ଏହି ଉକ୍ତି ମଧ୍ୟ ଭୁଲ୍ ପ୍ରମାଣିତ ହୋଇଛି । ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ବଂଟାଯାଉଥିବାର ନିଶ୍ଚିନ୍ତ ସୂଚନା ପାଇ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ତଦାରଖ କରୁଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍ର ଏକ ଟିମ୍ ସେଠାରେ ଚଢାଉ କରିବାକୁ ଯାଉଥିଲାବେଳେ ଖୋଦ୍ ମହାରଥୀ ଓ ତାଙ୍କର ଗୁଣ୍ଡା ସହଯୋଗୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଆଜି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ମଧ୍ୟ ଆହତ ମାଜିଷ୍ଟ୍ରେଟ ଶ୍ରୀ ପାତ୍ରଙ୍କୁ ଭେଟିବାକୁ ଉଚିତ୍ ମଣିନଥିଲେ । ଓଲଟା ମିଛ ଡ୍ରାମା କରି ଗତକାଲି ରାତିରୁ ମେଡିକାଲ ବେଡ୍ରେ ଚମକ୍ରାର ଅଭିନୟ କରୁଥିବା ଭୁବନେଶ୍ୱର ମଧ୍ୟ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଭେଟି ଚାଲି ଯାଇଥିଲେ । ଆହତ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ କ’ଣ ମୁଖ୍ୟମନ୍ତ୍ରୀଙ୍କର କର୍ତ୍ତବ୍ୟ ନଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ବିଜେପିର ଏକ ପ୍ରତିନିଧି ଦଳ ଆହତ ମାଜିଷ୍ଟ୍ରେଟଙ୍କୁ ଭେଟିବା କଥା ପ୍ରଚାରିତ ହେବାପରେ ଶାସକ ବିଜେଡି ଚକ୍ରାନ୍ତ କରି ମାଜିଷ୍ଟ୍ରେଟଙ୍କୁ ମେଡିକାଲରୁ ଡିସଚାର୍ଜ କରିଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟରେ କେବଳ ବିଜେପି ସରକାର ହିଁ ସରକାରୀ ଅଫିସରମାନଙ୍କୁ ସୁରକ୍ଷା ଦେଇପାରିବା ନିର୍ବାଚନରେ ଜଡ଼ିତ ସମସ୍ତ ନିର୍ବାଚନ ଅଧିକାରୀ, ପୁଲିଙ୍ଗ ଅଫିସର, ଫ୍ଲାଇଙ୍ଗ ସ୍କାର୍ଡ, ରିଟଣ୍ଣିଙ୍ଗ ଅଫିସରମାନେ ନିରପେକ୍ଷ ଏବଂ ନିର୍ଭୀକ ହୋଇ କାର୍ଯ୍ୟ କରିବା ପାଇଁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି । ଦୀର୍ଘ ବର୍ଷ ଶାସନ ପରେ ଗୁଣ୍ଡାମାନଙ୍କ ଦ୍ୱାରା ଆକ୍ରମଣ, ନିରୀହ ଜନସାଧାରଣଙ୍କୁ ଧମକ ଦେବା, ବିରୋଧୀ ଦଳର କର୍ମୀଙ୍କୁ ହତ୍ୟା କରିବା, ପ୍ରାୟୋଜିତ ଭାବେ ଗାଡ଼ି କାଚ ଭାଙ୍ଗି ଅଭିନୟ କରି ମେଡିକାଲରେ ମଉଜ କରିବା ବିରୁଦ୍ଧରେ ସାରା ଓଡ଼ିଶାର ଜନତା ଭୋଟ୍ ମାଧ୍ୟମରେ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version