Latest

ଚିନ୍ତା ବଢ଼ାଇଲା ହାଇଦର, କଟକ ଜିଲ୍ଲା ସୀମା ସିଲ୍‌

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଆରମ୍ଭ ହୋଇଛି ବଡ଼ ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। କଟକ ସହର ସୀମା ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। ଖୁବ୍ ଶୀଘ୍ର ତାକୁ ଆମେ ଧରିବୁ ବୋଲି କହିଛନ୍ତି ଡିସିପି। ପଡ଼ୋଶୀ ସବୁ ଜିଲ୍ଲା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି। ସମ୍ବଲପୁରରୁ ଆସିଥିବାରୁ ସେଠାକାର ଗାର୍ଡ ନିୟୋଜିତ ଥିଲେ। ସଂପୃକ୍ତ ଗାର୍ଡ ଏବେ ଅସୁସ୍ଥ ଅଛନ୍ତି, କିଛି କହିପାରୁ ନାହାନ୍ତି ବୋଲିସ ଡିସିପି କହିଛନ୍ତି। ଆଜି ସନ୍ଧ୍ୟାରେ ଝଉଈ ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିଲା ହାଇଦର। ଚିକିତ୍ସା ପାଇଁ ଝଉଈରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇଯାଇ ଥିଲା । ୧୨ ଦିନ ତଳେ ଚିକିତ୍ସା ପାଇଁ ଝଉଈରେ ଭର୍ତ୍ତି ହୋଇଥିଲା ହାଇଦର।

ବୁର୍ଲା ମେଡିକାଲରୁ ରେଫର ହୋଇ ଝଉଈ ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା । ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଛି। ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ହାଇଦର। ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ ଝଉଈ ଅଣାଯାଇଥିଲା। କେନ୍ଦୁଝର ରଶ୍ମୀ ମହାପାତ୍ର ହତ୍ୟା ମାମଲାରେ ସଜା ଭୋଗୁଥିଲା ହାଇଦର। ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିଲା ହାଇଦର।

Leave a Reply

Your email address will not be published. Required fields are marked *

Most Popular

Exit mobile version