Latest

ଚେନ୍ନାଇ ସୁପରକିଙ୍ଗସର ଜଣେ କର୍ମଚାରୀଙ୍କୁ କରୋନା

Posted on

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରୁ ଆଇପିଏଲ୍‌ର ନୂଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି। ଶନିବାର ଏକଥା ଜଣାପଡ଼ିଛି। ତେବେ ଦଳର ଅନ୍ୟ କୌଣସି ସଦସ୍ୟ, କୋଚିଂ ଷ୍ଟାଫ୍ କିମ୍ବା ଖେଳାଳି ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚେନ୍ନାଇ ସୁପର କିଙ୍ଗ୍ସର କଣ୍ଟେଟ୍ ଟିମ୍‌ର ସଦସ୍ୟ ବୋଲି ଜଣାପଡ଼ିଛି।

ଏହି ବ୍ୟକ୍ତି ଜଣଙ୍କ ଟିମ୍‌ର କୌଣସି ଖେଳାଳି କିମ୍ୱା କୋଚିଂ ଷ୍ଟାଫଙ୍କ ସଂସ୍ପର୍ଶରେ ଆସିନଥିଲେ। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ହେଲେ କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ସମସ୍ତ ଖେଳାଳି ରହିଛନ୍ତି। ସମସ୍ତେ ସୁରକ୍ଷିତ ଏବଂ ପୂର୍ବପରି ଅଭ୍ୟାସ ଜାରି ରଖିଛନ୍ତି। ସବୁଠାରୁ ବଡ଼ କଥା ହେଲା ଖେଳାଳିଙ୍କୁ ସୁରକ୍ଷିତ କରିବାକୁ ଯାଇ ସମସ୍ତ ପ୍ରୋଟୋକଲ ଗୁଡିକୁ କଡାକଡି ଭାବରେ ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version