ଦେଶ- ବିଦେଶ

ଜଗା-ବଳିଆ : କେନ୍ଦ୍ର ଓ ଏମସକୁ ଏନସିଏସଟି ନୋଟିସ୍

Posted on

ଭୁବନେଶ୍ୱର : ନୂଆଦିଲ୍ଲୀର ଏମସରେ ଅଲଗା ହୋଇଥିବା ଜଗା-ବଳିଆଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଯିବା ପ୍ରସଙ୍ଗରେ ଜାତୀୟ ଅନୁସୂଚିତ ଜନଜାତି କମିଶନ(ଏନସିଏସଟି)ଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ଏମ୍ସ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ।
ସୁପ୍ରିମକୋର୍ଟ ଆଡ୍ଭୋକେଟ୍ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ ଉପରେ ବିଚାର କରି ଏହି ମାମଲାର ତଦନ୍ତ ପାଇଁ ଏନସିଏସଟି ନିଷ୍ପତ୍ତି ନେଇଛନ୍ତି । ନୋଟିସ୍ ମିଳିବାର ୧୫ଦିନ ମଧ୍ୟରେ ପକ୍ଷ ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏମ୍ସ କର୍ତ୍ତୃପକ୍ଷ କୌଣସି ଜବାବ ନରଖିବେ ତା’ହେଲେ ବ୍ୟକ୍ତିଗତ ହାଜର ହେବାକୁ କମିଶନ ନିର୍ଦ୍ଦେଶ ଜାରି କରିବେ ବୋଲି କହିଛନ୍ତି । ପୂର୍ବରୁ ଜାତୀୟ ମାନବାଧିକାର କମିଶନ ମଧ୍ୟ ଏମ୍ସ ନିର୍ଦ୍ଦେଶକଙ୍କୁ ଏହି ମାମଲାରେ ଜବାବ ଦାଖଲ କରିବାକୁ କହିଥିଲେ । ଆବେଦନକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଭୁବନେଶ୍ୱରସ୍ଥିତ ଏମ୍ସରେ ଏହି ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ସେମାନଙ୍କୁ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର କରାଯିବା ଉଚିତ୍ ନୁହେଁ । ଉଲ୍ଲେଖଯୋଗ୍ୟ ଫେବୃୟାରୀ ୨୬ତାରିଖରେ ଓଡ଼ିଶାର ଏକ ଡାକ୍ତରୀ ଟିମ୍ ଏହି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରି ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିବା ସପକ୍ଷରେ ମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version