Latest

ଜି-୭ ବୈଠକ ପାଇଁ ମୋଦିଙ୍କ ଗସ୍ତ ବାତିଲ

Posted on

 

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ହୁହୁ ହୋଇ ବଢ଼ୁଥିବାରୁ ନିଜର ବ୍ରିଟେନ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ଜୁନ୍ ମାସରେ ବ୍ରିଟେନରେ ଜି-୭ ବୈଠକ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ ମୋଦିଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିମନ୍ତ୍ରଣ କରିଥିଲେ। ସେ ସ୍ୱତନ୍ତ୍ର ଅତିଥି ଭାବେ ଏଥିରେ ଯୋଗଦେଇଥାଆନ୍ତେ। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଦିଙ୍କ ଗସ୍ତକୁ ବାତିଲ କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ଆଜି ଘୋଷଣା କରିଛି।

ଭାରତ ଜି-୭ର ସଦସ୍ୟ ନୁହେଁ। ତଥାପି ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କୁ ଯୋଗ ଦେବା ପାଇଁ ଜନସନ ନିମନ୍ତ୍ରଣ କରିଥିଲେ। ଏହି ବୈଠକ ଜୁନ୍ ୧୧ରୁ ୧୩ ଯାଏ ଅନୁଷ୍ଠିତ ହେବ। ଆଜି ବୈଦେଶିକ ମନ୍ତ୍ରଣାଳୟ କହିଛି, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଜି-୭ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏଥିପାଇଁ ଭାରତ ପକ୍ଷରୁ ବ୍ରିଟେନକୁ ଧନ୍ୟବାଦ ଦିଆଯାଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version