Latest

ଟେଲି ସିରିଏଲର ଦୁଇ ଅଭିନେତ୍ରୀ ଗିରଫ

Posted on

ମୁମ୍ୱାଇ: ଟିଭି ପରଦାରେ ଅଭିନୟ ଜରିଆରେ ଲୋକଙ୍କୁ ଅପରାଧ ସମ୍ପର୍କରେ ସୂଚାଉ ଥିଲେ ଦୁଇ ଅଭିନେତ୍ରୀ। ଏବେ କିନ୍ତୁ ଏହି ଦୁଇ ଅଭିନେତ୍ରୀ ଚୋରି କରି ଗିରଫ ହୋଇଛନ୍ତି। ମହାରାଷ୍ଟ୍ରର ଆରେ କଲୋନୀରେ ଦୁଇ ମହିଳା ଅଭିନେତ୍ରୀ ପେଇଙ୍ଗ ଗେଷ୍ଟ ହାଉସରେ ରହୁଥିବା ବେଳେ ଚୋରି କରିଥିବା ଜଣାପଡ଼ିଛି। ପେଇଙ୍ଗ ଗେଷ୍ଟ ହାଉସରୁ ୩.୨୮ ଲକ୍ଷରୁ ଅଧିକ ଟଙ୍କା ଏହି ଦୁଇ ଅଭିନେତ୍ରୀ ଚୋରି କରିଥିବା ଅଭିଯୋଗ ରହିଥିଲା। ପୁଲିସ ଏବେ ଏହି ଦୁଇ ଅଭିନେତ୍ରୀଙ୍କୁ ଗିରଫ କରି ନିଜ ହେପାଜତରେ ରଖିଛି। ଉଭୟଙ୍କ ପାଖରୁ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ। ଏହି ଦୁଇ ଅଭିନେତ୍ରୀ ସାବଧାନ ଇଣ୍ଡିଆ ଏବଂ କ୍ରାଇମ ପେଟ୍ରୋଲ କାର‌୍ୟ୍ୟକ୍ରମରେ ଅଭିନୟ କରନ୍ତି।
ପୁଲିସ ଜେରା କରିବା ପରେ କହିଛି ଉଭୟ ଅଭିନେତ୍ରୀ ଅର୍ଥନୀତିକ ଅଭାବରେ ରହିଥିଲେ। ନିକଟରେ ଉଭୟ ଆରେ କଲୋନୀର ଏକ ପେଇଙ୍ଗ ଗେଷ୍ଟ ହାଉସକୁ ସିଫ୍ଟ ହୋଇଥିଲେ। ଏହି ପେଇଙ୍ଗ ଗେଷ୍ଟ ହାଉସ ଉଭୟଙ୍କର ବନ୍ଧୁ ଚଳାଉଥିଲେ। ହେଲେ ମେ ୧୮ ତାରିଖ ଦିନ ଉଭୟ ସମାନ ପେଇଙ୍ଗ ଗେଷ୍ଟ ହାଉସରେ ରହୁଥିବା ଜଣେ ମହିଳାଙ୍କ ଲକରରୁ ୩.୨୮ ଲକ୍ଷ ଟଙ୍କା ଚୋରି କରି ଖସି ପଳାଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version