Latest
ଡବଲ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି: ନବୀନ ପଟ୍ଟନାୟକ
ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଚଳିତ ଆର୍ଥିକ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି।ଅପରପକ୍ଷରେ ବିଭିନ୍ନ ଯୋଜନାର ନାମ ବଦଳାଯାଇଥିବା ବେଳେ ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ଡବଲ ଇଂଜିନ ସରକାର ଦୁଇଗୁଣ ନିରାଶ କରିଛନ୍ତି। ମୋ ସରକାରର ୪୦ଟି ଯୋଜନାର ନାମ ବଦଳାଯାଇଛି। କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ଅନୁଶୀଳନ ପରେ ବିସ୍ତୃତ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।