Latest

ଡାଇବେଟିସକୁ ନିୟନ୍ତ୍ରଣ ରଖେ ଏହି ୫ଟି ପନିପରିବା

Posted on

ମଧୁମେହ ଯୋଗୁଁ ଆଖି, କିଡନୀ, ଯକୃତ, ହୃଦୟ ଏବଂ ପାଦରେ ବହୁ ପ୍ରକାରର ସମସ୍ୟା ଦେଖିବାକୁ ମିଳେ। ବର୍ତ୍ତମାନ ଯୁବପିଢି ସହ ବୃଦ୍ଧମାନେ ମଧ୍ୟ ମଧୁମେହ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଣେ ମଧୁମେହ ଜନିତ ରୋଗୀମାନେ ତାଙ୍କ ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ୍। ତେବେ ମଧୁମେହ ରୋଗୀମାନେ କେଉଁ ପନିପରିବା ଖାଇବା ଉଚିତ୍ ଚାଲନ୍ତୁ ଜାଣିବା ….

ଗାଜର- ଗାଜରରେ ଭିଟାମିନ୍-ଏ ଏବଂ ଅନେକ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ରହିଥାଏ। ମଧୁମେହ ରୋଗୀଙ୍କ ଖାଦ୍ୟରେ ଏବଂ ଡାଏଟ୍‌ରେ ଗାଜର ସାମିଲ୍‌ କରାଯିବା ଉଚିତ୍‌ । ଗାଜରରେ ଭରପୂର ମାତ୍ରାରେ ଫାଇବର ରହିଥାଏ ।

ଭେଣ୍ଡି- ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ଏକ ଭଲ ପରିବା। ଭେଣ୍ଡିରେ ଷ୍ଟାରଚ୍ ତଥା ମଣ୍ଡର ଅଂଶ ନଥାଏ ଏବଂ ଭରପୁର ମାତ୍ରାରେ ଫାଇବର ମିଳିଥାଏ। ଭେଣ୍ଡି ଖାଇବା ଦ୍ବାରା ଏହା ସହଜରେ ହଜମ ମଧ୍ୟ ହୋଇଥାଏ। ଏହା ରକ୍ତର ଶର୍କରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ଖାଇବା ଦ୍ବାରା ପୋଷକ ତତ୍ତ୍ୱ ଇନସୁଲିନ୍‌କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ । ଯାହା ଶରୀରର ଅନେକ ରୋଗରୁ ରକ୍ଷା କରିଥାଏ ।

ବନ୍ଧା କୋବି- ମଧୁମେହ ରୋଗୀଙ୍କ ପାଇଁ କୋବି ମଧ୍ୟ ବହୁତ ଫଳପ୍ରଦ ହୋଇଥାଏ । କୋବିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଭରପୂର ପରିମାଣର ରହିଥାଏ । କୋବିକୁ ସାଲାଡ କିମ୍ବା ପନିପରିବା ଭାବରେ ବ୍ୟବହାର କରି ଖାଇପାରିବେ ।

ସବୁଜ ପନିପରିବା- ଯଦି ଆପଣଙ୍କର ମଧୁମେହ ଅଛି, ତେବେ ଆପଣଙ୍କୁ ଖାଦ୍ୟରେ ସବୁଜ ପନିପରିବାକୁ ସାମିଲ୍‌ କରିବା ନିହାତି ଆବଶ୍ୟକ । ଯେମିତିକି ପାଳଙ୍ଗ, ଲାଉ, ଶାଗ ଜାତୀୟ ପନିପରିବା ଏବଂ ବ୍ରୋକୋଲି ଖାଇବା ଉଚିତ୍‌। କାରଣ ଏହି ପନିପରିବାରେ ଫାଇବର ଭରପୂର ରହିଥାଏ । ସେଗୁଡିକ ଭିଟାମିନ୍ ଏ ଏବଂ ସି ର ମାତ୍ରା ରହିଥାଏ । ଏହି ରୋଗୀଙ୍କ ପାଇଁ ବ୍ରୋକୋଲି ବହୁତ ଲାଭଦାୟକ ଅଟେ । ବ୍ରୋକୋଲି ଖାଇବା ଦ୍ବାରା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

କାକୁଡି- କାକୁଡି ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ରହିଥାଏ । ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ । ଖରା ଦିନରେ କାକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ । ଓଜନ ହ୍ରାସ ପାଇଁ କାକୁଡି ମଧ୍ୟ ବହୁତ ପ୍ରଭାବଶାଳୀ । ପେଟକୁ ସୁସ୍ଥ ରଖିବାରେ କାକୁଡି ବହୁତ ସାହାଯ୍ୟ କରିଥାଏ ।
/

Leave a Reply

Your email address will not be published. Required fields are marked *

Most Popular

Exit mobile version