Latest
ଡେବ୍ୟୁ ମ୍ୟାଚରେ କୃନାଲ ପାଣ୍ଡ୍ୟାଙ୍କ କମାଲ
ପୁଣେ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର କୃନାଲ୍ ପାଣ୍ଡ୍ୟା ନିଜର ଡେବ୍ୟୁ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଇତିହାସ ରଚିଛନ୍ତି। କୃନାଲ ଡେବ୍ୟୁ ମ୍ୟାଚରେ ଦ୍ରୁତ ଅର୍ଦ୍ଧଶତକ ମାରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମାତ୍ର ୨୬ ବଲରେ ଅର୍ଦ୍ଧଶତକ ମାରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।
କୃନାଲ୍ ୩୧ ବଲରେ ୫୮ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୭ ଚୌକା ଓ ୨ଛକା ସାମିଲ୍ ଅଛି। କୃନାଲଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଜନ୍ ମୋରିସଙ୍କ ନାଁରେ ପଦାର୍ପଣ ମ୍ୟାଚରେ ଦ୍ରୁତ ଅର୍ଦ୍ଧଶତକ ମାରିବାର ରେକର୍ଡ ଥିଲା। ମୋରିସ୍ ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ୩୫ ବଲରେ ଅର୍ଦ୍ଧଶତକ ମାରିଥିଲେ।