Latest

ତିନି ଦିନଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Posted on

ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଗାଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଦିନ ୧୧ ଟା ୩୦ରେ କେନ୍ଦୁଝର ପହଞ୍ଚିଛନ୍ତି। ହେଲିପ୍ୟାଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ ସ୍ଥାନୀୟ ଅଡିଟରୟମକୁ ଯାଇ ଲାଇଭ ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି। ତାଙ୍କୁ ଭାଜପାର ବିଧାୟକ, କର୍ମୀ ଓ ନେତା ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ସ୍ବାଗତ କରିଛନ୍ତି । ସେଠାରୁ ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ଲାଇଫ ସେଭର୍ସ ଗ୍ରୁପ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ ।ଏହାପରେ ପ୍ରଦକ୍ଷଣ ଗୃହରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟା୨୫ ସମୟରେ ନିଜ ଗାଁ ରାଇକଳା ନିକଟସ୍ଥ କରଞ୍ଜିଆପଡ଼ା ପଡ଼ିଆ ମା’ ତାରିଣୀ କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏହାପରେ ସେଠାରୁ ସଡ଼କ ପଥ ଦେଇ କେନ୍ଦୁଝର ସହରର କାସଭି ଇଣ୍ଟରନେସନାଲ ହୋଟେଲରେ ଆୟୋଜିତ ବିଧାୟକ ଓ ସାଂସଦଙ୍କ ସହ ବୈଠକରେ ଯୋଗ ଦେବେ ।

ଶନିବାର ସକାଳୁ ୭ଟା ୨୦ ରେ କେନ୍ଦୁଝର ଷ୍ଟାଡିୟମଠାରେ ପ୍ରାତଃ ଭ୍ରମଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଦିନ ୧୦ ଟାରେ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦ୍ଵାରା ଆୟୋଜିତ ନେତ୍ର ଉତ୍ସବ ଏବଂ ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କୃତ୍ରିମ ଅଙ୍ଗଦାନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।ଅନ୍ୟପଟେ ରାସ୍ତା ତଥା ସଭାସ୍ଥଳୀ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version