Latest
ଦଳ ବିରୋଧୀ କାର୍ଯ୍ୟ କାରଣରୁ ବିଜେପିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ତା.୧୭/୦୫: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ସୁଚାନମୂତବକ, ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡିର ଟିକେଟ ପାଇଥିବା ବେଳେ ବିଜୟ ମହାପାତ୍ର ବିଜେପିରେ ଥାଇ ମଧ୍ୟ ବିଜେଡ଼ି ପାଇ ପ୍ରଚାର କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଥିଲା ।ସେହିପରି ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ବହିଷ୍କାର କରାଯାଇଛି।
ମାହାଙ୍ଗାରୁ ଶାରଦା ପ୍ରଧାନ ଓ ସୋରରୁ ରାକେଶ ମଲ୍ଲିକ ଟିକେଟ ନପାଇବାରୁ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜୟ ମହାପାତ୍ର,ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଯାଇଛି।