ରାଜନୀତି

ଦାମ ଓ ବିଷ୍ଣୁ ବାକ ଯୁଦ୍ଧ ଆରମ୍ଭ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ଜଗତସିଂହପୁର ଜିଲ୍ଲାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା ଦୁଇ ଶତ୍ରୁ ଡା.ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ ଦୁଇ ଡା.ରାଉତ ବିଜେପିରେ ମିଶିବା ପରେ ଏହି ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଡା.ରାଉତ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବାକୁ ଚାହୁଥିବାବେଳେ ସମ୍ପୃକ୍ତ ସ୍ଥାନରୁ ଲଢିବାକୁ ପ୍ରସ୍ତୁତ ଥିବା ଶ୍ରୀଦାସ କହିଛନ୍ତି| ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ଦାମଙ୍କ ବିରୋଧରେ ଲଢ଼ିବାକୁ ଚାହାଁନ୍ତି ବୋଲି କହିଛନ୍ତି। ଏହାପରେ ଡା.ରାଉତ ଓ ଶ୍ରୀଦାସଙ୍କ ଭିତରେ କଥା କଟାକଟି ଆରମ୍ଭ ହୋଇଯାଇଛି।
ବିଷ୍ଣୁଙ୍କ ଚାଲେଞ୍ଜ ପରେ ଦାମ କହିଛନ୍ତି, ବିଷ୍ଣୁ ଦାସଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର କୌଣସି ରାଜନୈତିକ ଚରିତ୍ର ନାହିଁ। ଏପରିକି ସାଧାରଣ ଜୀବନରେ ବିଷ୍ଣୁ ଜଣେ ଅବାଞ୍ଛିତ ବ୍ୟକ୍ତି ଏବଂ ବଞ୍ଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିପାରିବେନି। ତାଙ୍କ ଦଳରୁ ସେ ଲଢିବେ। ଏଥିରେ ମୋର କିଛି ଆପତ୍ତି ନାହିଁ କିନ୍ତୁ ସେ ଭୋଟ ପାଇବେନି ବୋଲି ବିଷ୍ଣୁଙ୍କୁ ଡା.ରାଉତ ତାତ୍ସଲ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version