Latest

ଦୈନିକ କରୋନା ସଂକ୍ରମଣ ୧୨ ହଜାର ପାର୍‌

Posted on

ଭୁବନେଶ୍ୱର,(ଓଡ଼ିଶା ୱେୟାର):
ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ । କିଛି ଦିନ ତଳେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଡେଇଁଥିବା ବେଳେ ଏବେ ଏହା ୧୨ ହଜାର ଅତିକ୍ରମ କରିଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି।

୧୨,୨୩୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ ଜଣ ଅଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ କୌଣସି ଜିଲ୍ଲାରୁ ଦୈନିକ ସଂକ୍ରମଣ ୨ ହଜାର ବା ତା’ଠାରୁ ଅଧିକ ରହିଛି । ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ୧୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୯୧୬ ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version