ରାଜ୍ୟ

ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ପରେ ନବୀନ କହିଲେ ଗଠନମୂଳକ ସହଯୋଗ ଦେବୁ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ଉଭୟ ନେତା ସୌଜନ୍ୟମୂଳକ କହିବା ସହ ଓଡ଼ିଶାର ବିକାଶ ସଂକ୍ରାନ୍ତ ଆଲୋଚନା ହୋଇଥିବା କହିଛନ୍ତି।
ଏହି ସାକ୍ଷାତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନା ମାଧ୍ୟମରେ କିଭଳି ନିଯୁକ୍ତି ଓ ବିକାଶକୁ ଗତିଶୀଳ କରାଯାଇ ପାରିବ ତାହା ଉପରେ ଆଲୋଚନା କରିଥିଲେ। ଆଲୋଚନାରୁ ଅନେକ ସୁଫଳ ମିଳିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କୁ ଗଠନମୂଳକ ସହଯୋଗ ଯୋଗାଇ ଦେବାରେ ସେ ବିଶ୍ୱାସ କରନ୍ତି ବୋଲି ନବୀନ ସ୍ପଷ୍ଟ କରିଥିଲେ।
ସେହିପରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ସେ ଆଜି ଓଡ଼ିଶା ଭବନ ଆସିଥିଲେ। ଓଡ଼ିଶାର ବିକାଶ ପାଇଁ ଉଭୟ ସରକାର କାର୍ଯ୍ୟ କରିବେ। କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଇସ୍ପାତ ବିଭାଗ ଓ ଅନ୍ୟାନ୍ୟ ବିଭାଗ ଓ ‘ଫୋନି’ କ୍ଷୟକ୍ଷତି ପ୍ରସଙ୍ଗରେ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version