ରାଜନୀତି

ନବନିର୍ବାଚିତ ଦଳୀୟ ସାଂସଦ,ବିଧାୟକ ଓ ଦୁଇ କେନ୍ଦ୍ରମନ୍ତ୍ରୀ ସମ୍ବର୍ଦ୍ଧିତ କଲା ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜନୈତିକ କର୍ମକର୍ତ୍ତା ଯେତେବେଳେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିଜ ବିଚାରଧାରା ଅନୁଯାୟୀ ଅକ୍ତିଆର ନକରିପାରେ, ସେପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବା ଦରକାର। ବିଜେପିର ଓଡ଼ିଶାରେ ୧୨୦ + ମିଶନ ସେପର୍ଯ୍ୟନ୍ତ ଅଛି, ଯେପର୍ଯ୍ୟନ୍ତ ଏହି ଲକ୍ଷ୍ୟ ଦଳ ପୂରଣ କରିନାହିଁ ଓ ବିଜେପି ଏହି ଦାୟିତ୍ୱରୁ ମୁକ୍ତ ହୋଇପାରିବ ନାହିଁ ବୋଲି ଆଜି ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ସଭାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ଦଳର ସମସ୍ତ ବିଧାୟକ ଏବଂ ସାଂସଦ ଓ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ଦୁଇ ଓଡ଼ିଆ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଆଜି ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ଦଳର ପ୍ରମୁଖ ନେତୃବୃନ୍ଦ ମାନେ ନବ ନିର୍ବାଚିତ ସାଂସଦ ଓ ବିଧାୟକ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ, ଗଣତନ୍ତ୍ରରେ ଜନତାର ପୂଜା ନେତା କରିବା ଉଚିତ୍। ଅକ୍ଲାନ୍ତ ପରିଶ୍ରମ କରିଥିବା କର୍ମକର୍ତ୍ତାଙ୍କ ପାଇଁ ବିଜେପିର ଏହି ବିଜୟ ସମ୍ଭବ ହୋଇଛି। ବ୍ୟକ୍ତିଗତ ଉଦ୍ୟମରେ କେହି ସଫଳ ନେତା ହୋଇପାରିବେ ନାହିଁ। ମନ୍ତ୍ରୀ ହେବା ପରେ ଦାୟିତ୍ୱବୋଧ ବଢିଛି ଏବଂ ଏହି ଦାୟିତ୍ୱକୁ ସୂଚାରୁପୂପେ ତୁଲାଇବେ।
ସେହିପରି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି ଏବଂ ୨ ଜଣ ଓଡ଼ିଆଙ୍କୁ ମନ୍ତ୍ରୀ ପଦ ମିଳିଛି। କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଏମଏସଏମଇ ଓ ମତ୍ସ୍ୟ ପଶୁସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦେଶ ସହ ରାଜ୍ୟର ବିକାଶ କରିବେ। ଓଡ଼ିଶାର ମାନ ସମ୍ମାନ, ଇଜ୍ଜତକୁ ରକ୍ଷା କରିବା ପାଇଁ ବିଜେପି ତା’ର ଲଢ଼େଇ ଜାରି ରଖିବ।
ସେହିପରି ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଯେ, ଗତ ୨୦୧୪ ନିର୍ବାଚନରେ ବିଜେପି ଦଳକୁ ୫୦ ଲକ୍ଷ ଭୋଟ ମିଳଥିଲା। ଏବେ ଏହା ବୃଦ୍ଧି ପାଇ ୯୧ ଲକ୍ଷରେ ପହଞ୍ôଚିଛି । ଓଡ଼ିଶାବାସୀ ବିଜେପିକୁ ଆର୍ଶୀବାଦ ଦେଇଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ପୂରଣ କରି ରାଜ୍ୟରେ ବିଜେପିକୁ ଏକ ନମ୍ବର ଦଳରେ ପରିଣତ କରାଯିବ । ସେହିପରି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି କର୍ମକର୍ତ୍ତାମାନେ ବର୍ଷବର୍ଷ ଧରି କାର୍ର୍ଯ୍ୟ କରିବା ଦ୍ୱାରା ଆଜି ବିଜେପି ଏହି ସ୍ଥାନରେ ପହଞ୍ôଚଛ । ବିରୋଧୀ ଦଳର ସ୍ଥାନ ପାଇଥିବାରୁ ସମସ୍ତ କର୍ମକର୍ତ୍ତର୍ାଙ୍କୁ ଶ୍ରୀ ସିଂହ ଅଭିନନ୍ଦନ ଜଣାଇଛନ୍ତି।
ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, କନକ ବର୍ଦ୍ଧନ ସିଂହଦେଓ, ବିଜୟ ମହାପାତ୍ର, ଡାକ୍ତର ଦାମୋଦର ରାଉତ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ସୁରମା ପାଢୀ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ନବନିର୍ବାଚିତ ସାଂସଦ ଏବଂ ବିଧାୟକମାନଙ୍କ ସହ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version