ରାଜ୍ୟ

ନବୀନଙ୍କ ମହିଳା କାର୍ଡ : ବିଜେଡି ଦେବ ୩୩% ମହିଳା ଲୋକସଭା ପ୍ରାର୍ଥୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଛନ୍ତି। ବିଜେଡି ଲୋକସଭା ଆସନ ପାଇଁ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ନବୀନ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଲକ୍ଷାଧିକ ମହିଳାଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ତାଙ୍କ ସରକାର ମହିଳାଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ମହିଳା ସଶକ୍ତିକରଣ ନେଇ ଜାତୀୟ ଦଳମାନେ ଯାହା କହୁଛନ୍ତି, ତାହା ପାଳନ କରନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି। ସେପଟେ ଠିକ୍ ନିର୍ବାଚନ ପୂର୍ବରୁ ଏ ଘୋଷଣାକୁ ବିଜେପି ପ୍ରବଞ୍ଚନା କହିଥିବା ବେଳେ ଓ କଂଗ୍ରେସ ବି ତୀବ୍ର ସମାଲୋଚନା କରିଛି।
ନିର୍ବାଚନ ପୂର୍ବରୁ ବିଜେଡିର ଏହା ଏକ ରଣନୀତି ବୋଲି କୁହାଯାଉଛି। ନାରୀ ସଶକ୍ତିକରଣ ବାହାନାରେ ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ଼ ଘୋଷଣା ଦଳକୁ କି ଫାଇଦା ଦେବ ଦେଖିବାକୁ ରହିଲା। ଏଥର ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ ବିଜେଡି। ଅର୍ଥାତ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେଡି ୭ଟିରେ ମହିଳା ପ୍ରାର୍ଥୀଦେବ।
ପୂର୍ବରୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ଗତବର୍ଷ ବିଧାନସଭାରେ ଏକ ସଂକଳ୍ପ ପାରିତ କରିବା ସହ ଏ ପ୍ରସଙ୍ଗରେ ସମର୍ଥନ ଯୋଗାଡ଼ ଲାଗି ନବୀନ ସମସ୍ତ ଜାତୀୟ ଦଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରସ୍ତାବ ବି ପଠାଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version