ରାଜ୍ୟ

ନର୍ସିଂ ସଂଘ-ସରକାର ଆଲୋଚନା ବିଫଳ

Posted on

ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ ହୋଇଥିବା ବେଳେ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିବ। ଏ ନେଇ ଲୋକସେବା ଭବନରେ ଆଜି ଅପରାହ୍‌ଣରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ସ୍ବାସ୍ଥ୍ୟ ସଚିବ ଏସ. ଅଶ୍ୱଥି, ନର୍ସିଂ ନିର୍ଦ୍ଦେଶକ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ। ସରକାର ନର୍ସିଂ କର୍ମଚାରୀଙ୍କ ଦାବି ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।ଆଲୋଚନା ବିଫଳ ହୋଇଥିବା ନେଇ ସଂଘ ସାଧାରଣ ସଂପାଦକ କହିଛନ୍ତି। ତେବେ ଉଚ୍ଚସ୍ତରୀୟ କମିଟି କରି ଆଲୋଚନା କରିବାକୁ ସଂଘ ଦାବି କରିଛି।

ମୁଖ୍ୟମନ୍ତ୍ରୀ କିମ୍ବା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଆଲୋଚନାକୁ ଆହ୍ବାନ କରିଛି ସଂଘ। ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି। ୧୦ ଦଫା ଦାବିରେ ଆନ୍ଦୋଳନ ଜାରି ରହିବ। ଉଚ୍ଚସ୍ତରୀୟ ବୈଠକ ଦାବି କରାଯାଇଥିବା ବେଳେ ସ୍ବାସ୍ଥ୍ୟ ସଚିବ ସମୟ ମାଗିଛନ୍ତି। ଏ ନେଇ ନର୍ସିଂ କର୍ମଚାରୀ ସଂଘର ସଭାନେତ୍ରୀ ସୁଚିସ୍ମିତା ଦାସ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ୨୬ ତାରିଖ ଅର୍ଥାତ ଆସନ୍ତାକାଲି ଯାଏ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସଂଘ ନିଷ୍ପତ୍ତି ନେଇଥିବା ବେଳେ ୨୭ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version