Latest

ପକେଟରେ ପିଆଜ ରଖ, କରୋନାକୁ ମାତ ଦିଅ: ସୁର

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର): “ସକାଳେ ଉଠି ଗୋଟିଏ ପିଆଜ ପକେଟ୍‌ରେ ରଖିବେ। ସେ ପିଆଜ ସେମିତି ପକେଟ୍‌ରେ ପଡ଼ିଥିବ। ଆଉ ଯେତେବେଳେ ଭାତ ଖାଇବେ, ସେତେବେଳେ ଦୁଇ କୋଲା ରସୁଣ ଚୋବାଇ ଖାଇଦେବେ। ରସୁଣ ପଖାଳ ବା ଗରମ ଭାତ ଯେଉଁଥିରେ ଖାଇଲେ ଚଳିବ। ଦେଖିବ କରୁଣା ଫରୁଣା କେହି ପାଖକୁ ଆସିବନାହିଁ। ଏହାଛଡ଼ା ମନୋବଳ ଦୃଢ଼ କରିବାକୁ ପଡ଼ିବ।” ରାଜ୍ୟରେ ବଢ଼ିଚାଲି ଥିବା କରୋନା ସଂକ୍ରମଣକୁ ଦେଖି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଆଜି ଏପରି ଟିପ୍ସ ଦେଇଛନ୍ତି।

ସେ କହିଛନ୍ତି-“ମୁଁ ସକାଳୁ ଉଠି ୫ଟି ଗାଁ ବୁଲି ସାରିଲିଣି। ଆମେ କେବଳ ସହରରେ ବାଛୁଛେ। ଗାଁ ଗହଳରେ ଯେମିତି ଯଜ୍ଞ, ମେଳା, ବୈଶାଖୀ ମେଳା ଓ ମୌଚ୍ଛବ ଚାଲିବା କଥା ଚାଲିଛି। ଯେତେ ବୁଲିବ କରୋନା ସେତେ ଦୌଡ଼ିବ। ଏଥିପାଇଁ ଷ୍ଟେମିନା ଦରକାର। ନବୀନବାବୁଙ୍କ ଭଳି ଗୋଟିଏ ଘରେ ବସିବା ଉଚିତ ନୁହେଁ। ଷ୍ଟ୍ରଙ୍ଗ- ଲୋକଙ୍କ ପାଖକୁ ଯିବ, ଲୋକଙ୍କ କାମ କରିବ, ମନୋବଳ ବଢ଼ିବ। ଆଉ ଘରେ ବସି ଶୋଇଜି ସୁଇଚ୍ ଚିପି ଦେଇ ଭାଇ-ଭଉଣୀ କହିଦେଲେ ଚଳିବନାହିଁ। ବିଜୁ ପଟ୍ଟନାୟକ ସିଧା ସ୍ପଟ୍‌କୁ ଯାଉଥିଲେ। ଘର ପୋଡ଼ିଗଲେ ବା ବନ୍ୟା ହେଲେ ସେ ଘଝଟଣାସ୍ଥଳକୁ ଯାଉଥିଲେ। ନବୀନ ବାବୁ ଓଡ଼ିଶାରେ ବିପଦ ପଡ଼ିଛି, ଘର ଛାଡ଼ି ଜାଗା ଉପରକୁ ଯାଆନ୍ତୁ। ସେଠାରେ ଛିଡ଼ା ହୋଇଗଲେ ଅଫିସର, ପୁଲିସ, ମେଡ଼ିକାଲ୍ କର୍ମଚାରୀ ଓ ଲୋକଙ୍କ ମନବଳ ବଢ଼ିଯିବ।”

Leave a Reply

Your email address will not be published. Required fields are marked *

Most Popular

Exit mobile version