Latest

ପତଞ୍ଜଳିର ୧୪ଟି ଖାଦ୍ୟ ସାମଗ୍ରୀର ଲାଇ‌ସେନ୍ସ ବାତିଲ

Posted on

ବିବାଦ ପରେ ବିବାଦ ବାବା ରାମ ଦେବଙ୍କ ପିଛା ଛାଡୁନାହିଁ । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବାବା ରାମଦେବଙ୍କୁ ଝଟକା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର। ଡ୍ରଗ୍ ବିଜ୍ଞାପନ ଆଇନର ବାରମ୍ବାର ଉଲ୍ଲଂଘନ ହେତୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଉତ୍ତରାଖଣ୍ଡ ସରକାର ଅନୁମତି ପ୍ରଦାନ କରିଥିବା ଏକ ଆଫିଡେଭିଟ ଜରିଆରେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି।

ପ୍ରତିବାଦରେ ଉତ୍ତରାଖଣ୍ଡ ସରକାର କରିଛନ୍ତି ଯେ ଆଇନ୍‌ ବିରୋଧୀ ବିଜ୍ଞାପନ ପ୍ରକାଶନ କରିଥିବାରୁ କଠୋର ଦଣ୍ଡବିଧାନ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ତାଙ୍କ ଉପରେ ଜେଲ୍‌ ଓ ଜରିମାନା ଉଭୟ ଲାଗୁ କରାଯାଇପାରେ। କେବଳ‌ ସେତିକି ନୁହେଁ, ପତଞ୍ଜଳିର ୧୪ଟି ଖାଦ୍ୟ ସାମଗ୍ରୀର ଲାଇ‌ସେନ୍ସକୁ ବାତିଲ ମଧ୍ୟ କରାଯାଇଛି।ଏପଟେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ଅପେକ୍ଷାକୃତ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍। ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଥିଲା। ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଖବରକାଗଜରେ ସର୍ବସାଧାରଣରେ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ।ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି। ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଆଜି ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version