Latest

ପଥରରେ ଛେଚି ଜଣକୁ ହତ୍ୟା

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର):
ବଚସାରୁ ହତ୍ୟାକାଣ୍ଡ। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ମୃତ ବ୍ୟକ୍ତିଙ୍କ ନାଁ ଶେଖ ଅବଦୁଲ। ସେ ଜଣେ ଶ୍ରମିକ ଥିଲେ। ତାଙ୍କୁ ମାରିଥିବା ଅଭିଯୁକ୍ତ ମଧ୍ୟ ଜଣେ ଶ୍ରମିକ। ତାଙ୍କ ନାଁ ସୁମୁ ସିଂ।
ରାଜଧାନୀର ଖାରବେଳ ନଗର ଥାନା ଅଞ୍ଚଳରେ ଏକ ହୋଟେଲ୍ ପଛପଟେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କୌଣସି କଥାକୁ ନେଇ ଅବଦୁଲ ଓ ସୁମୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସୁମୁ ଉତ୍ତ୍ୟକ୍ତ ହୋଇ ପଥରରେ ଅବଦୁଲଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ପେଟ ଓ ଛାତିରେ ଗୁରୁତର ଆଘାତ ଲାଗିଥିଲା।
ଅବଦୁଲଙ୍କ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ସୁମୁ ସିଂଙ୍କୁ ପୁଲିସ୍ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version