Latest

ପଦ୍ମ ଧରିଲେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ

Posted on

ପଦ୍ମ ଧରିଲେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ। କଂଗ୍ରେସରୁ ଇସ୍ତଫା ଦେବାପରେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ ବିଜେପିରେ ମିଶିଛନ୍ତି। ଟିକେଟ୍ କାଟିବା ପରେ ନିକଟରେ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଶ୍ରୀ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରାର୍ଥୀ ବଦଳାଇ ଥିଲା।ଆଜି ଅମିତ ଶାହାଙ୍କ ଗସ୍ତ ସମୟରେ ପ୍ରବୋଧ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ସୋନପୁର ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରବୋଧ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ଏବଂ ବଲାଙ୍ଗୀର ସାଂସଦଙ୍କ ସମେତ ରାଜ୍ୟ ବିଜେପିର ଶୀର୍ଷନେତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version