Latest

ପରଲୋକରେ ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତି

Posted on

ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ବହୁ ଚର୍ଚ୍ଚିତ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେଲା ଷ୍ଟୋମାକ୍‌ କ୍ୟାନସର୍‌ରେ ପୀଡ଼ିତ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।ପ୍ରଥମେ ବିତ୍ତିହୋତ୍ର କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଗତ ଦେଢ ମାସ ହେବ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଡାକ୍ତରଙ୍କ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଗତ ରାତିରେ ଆଖି ବୁଜିଛନ୍ତି ବିତ୍ତିହୋତ୍ର ମହାନ୍ତି ।ସୂଚନା ମୁତାବକ; ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ଚର୍ଚ୍ଚିତ ପୁଅ ବିତ୍ତିହୋତ୍ର ମହାନ୍ତି ୨୦୦୬ ମସିହା ଏପ୍ରିଲ ୧୨ରେ ଦିର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିବା ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଜାଇଥିଲେ ।

ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ସେହିଦିନ ପ୍ରେମ ସମ୍ପର୍କରେ ଥିବା ଜର୍ମାନୀ ଯୁବତୀଙ୍କ ଇଛା ବିରୋଧରେ ଶାରୀରିକ ସଂପର୍କ ରଖିଥିବା ବା ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୁଲିସ । କିନ୍ତୁ ଅଦାଲତରେ ୨ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଓ ବାରମ୍ବାର ଶାରୀରିକ ସମ୍ପର୍କ ଥିବା କଥା ଦୁଇଜଣ ମାନିଥିଲେ କିନ୍ତୁ ଦୁଷ୍କର୍ମ କରିଥିବା ଯୁବତୀଙ୍କ ଅଭିଯୋଗରେ ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା । ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ।

ଏହାପରେ ଜେଲ୍‌ରେ ଥିବା ବେଳେ ବିତ୍ତିହୋତ୍ରଙ୍କ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ କିନ୍ତୁ ଏହାପରେ ସେ ଆଉ ଜେଲ୍‌କୁ ନ ଫେରି କୁଆଡେ ଫେରାର ହୋଇ ଯାଇଥିଲେ।ପରେ ୨୦୧୩ ମସିହାରେ ପୁଣି ବିତ୍ତିହୋତ୍ର ଚର୍ଚ୍ଚାକୁ ଆସିଥିଲେ । ସେ କେରାଳରେ ନିଜର ନାଁ ବଦଳାଇ ରାଘବ ରାଜନ ନାମରେ କେରଳରେ ରହି ଥିରୁଅନନ୍ତପୂରମରେ ବ୍ୟାଙ୍କରେ ଚାକିରି କରୁଥିଲେ । ଯେତେ ବେଳେ ବ୍ୟାଙ୍କ ତରଫରୁ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରିଥିବା କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ସେ ବେଳେ ବିତ୍ତିହୋତ୍ର ନା ସାମ୍ନାକୁ ଆସିଥିଲା । ନକଲି ପ୍ରମାଣପତ୍ର ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଥିଲେ । ଗିରଫ ପରେ ତାଙ୍କ ସମ୍ବନ୍ଧରେ ତଥ୍ୟ ପାଇଁ କେରଳ ପୋଲିସ୍ ଖୋଳତାଡ କରିଥିଲା ସେତେ ବେଳେ ଫେରାର ଘଟଣା ଜଣାପଡିବା ପରେ ଉଭୟ ମାମଲାରେ ଗିରଫ କରିଥିଲା ପୋଲିସ୍ ।

ଏହାପରେ ୫ ବର୍ଷ ଜେଲରେ ରହିବା ପରେ ବିତ୍ତିହୋତ୍ର ଷ୍ଟୋମାକ୍‌ କ୍ୟାନସର୍‌ ଥିବା ଜଣାପଡିଥିଲା ।ଏହା ହେବା ପରେ ଜାମିନ ଆବେଦନ କରିଥିଲେ । ଜେଲରେ ପାଞ୍ଚ ବର୍ଷ ପୂରିଥିବା ସହ ଷ୍ଟୋମାକ୍‌ କ୍ୟାନସର୍‌ ବିତ୍ତିହୋତ୍ର ପୀଡ଼ିତ ଥିବାରୁ ତାଙ୍କୁ ଜାମିନ ଦେଇଥିଲେ କୋର୍ଟ । ଜେଲ୍ ରୁ ଆସିବା ପରେ ସେ ଦୀର୍ଘ ଦିନ ହେଲା ସେ ଚିକିତ୍ସିତ ହୋଇଥିବା ବେଳେ ଥିବା ବେଳେ ଗତ ରାତିରେ ସେ ଆଖି ବୁଜିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version