Latest

ପରାଜୟ ପାଇଁ ଦାୟୀ ପାଣ୍ଡିଆନ୍‌ କି ବବି ନୁହନ୍ତି: ଦେବାଶିଷ ସାମନ୍ତରାୟ

Posted on

ବିଜେଡି ପରାଜୟ ନେଇ କାର୍ତ୍ତିକ ପାଣ୍ଡିଆନ୍‌ ଏବଂ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ କ୍ଲିନ ଚିଟ୍‌ ଦେଲେ ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି, ବିଜେଡି ପରାଜୟ ପାଇଁ ଏ ଦୁହେଁ ଆଦୌ ଦାୟୀ ନୁହନ୍ତି । ଆଉ କିଛି ଭୁଲ୍‌ ଥାଇପାରେ। ଏପରିକି ପ୍ରାଥିତ୍ୱକୁ ନେଇ ଭୁଲ୍‌ ଥାଇପାରେ। ହେଲେ ଏମିତି ପାଣ୍ଡିଆନ୍‌ଙ୍କୁ ବ୍ଲେମ୍‌ କରାଯିବା ଉଚିତ୍‌ ନୁହେଁ।

ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ଦଳର ତୃଣମୂଳଠୁ ଆରମ୍ଭ କରି ଶୀର୍ଷସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଭିକେ ପାଣ୍ଡିଆନ, ଡିଏସ କୁଟ୍ଟେ, ପ୍ରଣବପ୍ରକାଶ ଦାସ(ବବି) ଓ ମାନସ ମଙ୍ଗରାଜଙ୍କୁ ଦାୟୀ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ଏହି ସମୟରେ ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କ ସହ ଅଣଆନୁଷ୍ଠାନିକ ବୈଠକ କରୁଛନ୍ତି। ଆନୁଷ୍ଠାନିକ ଭାବେ ବୈଠକ ହେଲା ବେଳେ ସବୁ କଥା ଜଣାପଡ଼ିଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version