ରାଜ୍ୟ

ପାରାଦୀପରେ କାଳବୈଶାଖୀ

Posted on

ପାରାଦୀପ: ପାରାଦୀପରେ ତାଣ୍ଡବ ରଚିଛି କାଳବୈଶାଖୀ। ଝଡ଼ ତୋଫାନ୍‌ ଓ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ସନ୍ଧ୍ୟାବେଳେ ପାରାଦୀପରେ ଝଡ଼ ତୋଫାନ୍‌ ବର୍ଷା ହୋଇଥିଲା। ପବନ ବେଗ ଏତେ ପ୍ରଖର ଥିଲା ଯେ, ପାରାଦୀପ ବେଳାଭୂମି ମହୋତ୍ସବରେ ଖୋଲାଯାଇଥିବା ଷ୍ଟଲ ଗୁଡ଼ିକ ଭାଙ୍ଗି ଯାଇଥିଲା। ଦୋକାନୀମାନେ ଜୀବନ ବିକଳରେ ଦୌଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ। ସେହିପରି ସହର ଭିତରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। କିଛି ସମୟ ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ଏଥିରୁ ବାଦ ପଡ଼ିନି ବନ୍ଦର। ନିଷିଦ୍ଧାଞ୍ଚଳରେ ମଧ୍ୟରେ ଏମ୍‌ପିବି ବର୍ଥରେ ଲାଗିଥିବା ‘ଦରିଆ ଦେବୀ’ ଜାହାଜ ଅନ୍ୟ ଏକ ଜାହାଜରେ ପିଟି ହୋଇଯାଇଥିଲା। ଫଳରେ ‘ଦରୀଆ ଦେବୀ’ ଜାହାଜର ତଳ ପାର୍ଶ୍ୱରେ କଣା ହୋଇ ପାଣି ବୋହୁଥିବା ଦେଖିବାକୁ ମିଳିଛି। ପରେ ମେରାଇନ୍‌ ବିଭାଗ କ୍ଷତିଗ୍ରସ୍ତ ଜାହାଜକୁ ଟଗ ବୋଟ ଦ୍ୱାରା ଆଣି ଏମ୍‌ପିବି ବର୍ଥରେ ବନ୍ଧିଥିଲେ। ଏହି ଜାହାଜଟି ଅଷ୍ଟ୍ରେଲିଆରୁ କୋକିଂ କୋଲ ନେଇ ଆସିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version