Latest

ପୁଣି ବଢ଼ିଲା ବସ୍ ଭଡ଼ା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ କରୋନା ମହାମାରୀ ଯୋଗୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ରାଜ୍ୟ ସରକାର ଆଜି ପୁଣିଥରେ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି କରିଛନ୍ତି । ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍ ଭଡ଼ା ବୃଦ୍ଧି କରିଥିବା କହିଛନ୍ତି ।
ଆଜି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଡିସେମ୍ବର ୭ତାରିଖରେ ଡିଜେଲ ଦର ଲିଟର ପିଛା ୮୦.୪୨ଟଙ୍କା ଥିବାବେଳେ ଜାନୁୟାରୀ ୨୦ରେ ତାହା ବୃଦ୍ଧି ପାଇ ୮୨.୧୧ଟଙ୍କା ହୋଇଛି । ପ୍ରାୟ ତୈଳ ଦର ଲିଟର ପିଛା ୧.୬୯ଟଙ୍କା ବୃଦ୍ଧି ହୋଇଥିବାବେଳେ ସାମଗ୍ରିକ ଭାବେ ୩ଟଙ୍କାର ବୋଝ ପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବସଭଡ଼ାରେ କିମି ପିଛା ୧ରୁ ୨ରୁ ପଇସା ବୃଦ୍ଧି କରିଛି । ସାଧାରଣ ଯାତ୍ରୀବାହୀ ବସ ଭଡ଼ା କିମି ପିଛା ୭୩ପଇସା ଟଙ୍କା ଥିବାବେଳେ ତାହା ୭୪ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ୍ ବସଭଡ଼ା କିମି ପିଛା ୭୬ ପଇସା ବଦଳରେ ୭୭ପଇସା, ଡିଲକ୍ସ ବସଭଡ଼ା ୧୦୭ପଇସା ବଦଳରେ ୧୦୯ପଇସା ଓ ଏସିଡିଲକ୍ସ ବସଭଡ଼ା ୧୨୯ପଇସା ବଦଳରେ ୧୩୧ପଇସାକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ଡିସେମ୍ବର ୭ତାରିଖରେ ରାଜ୍ୟ ସରକାର ବସଭଡ଼ାରେ ୧ରୁ ୨ପଇସା ବୃଦ୍ଧି କରିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version