Latest

ପୁନଃ ହେବନି ନିଟ ପରୀକ୍ଷା

Posted on

ନିଟ୍‌ ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ବଡ଼ଧରଣର ପେପର ଲିକ୍‌ ହୋଇନଥିବା ସୁପ୍ରିମକୋର୍ଟ କହିଲେ। କେବଳ ପାଟନା ଓ ହଜାରୀବାଗରେ ପେପର ଲିକ୍‌ ହୋଇଥିଲା। ସେଥିପାଇଁ ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ।ଚଳିତ ବର୍ଷ ନିଟ-ୟୁଜି ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ପ୍ରଶ୍ନପତ୍ର ଲିକ ହୋଇଥିବା ଭଳି ବଡ଼ ଅଭିଯୋଗ ଆସିଥିଲା । କେତେକ ସ୍ଥାନରେ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ମାର୍କ ପାଇଥିବା ବେଳେ କେତେକ ସ୍ଥାନରେ ପରୀକ୍ଷା କେନ୍ଦ୍ର ଚୟନକୁ ନେଇ ବିବାଦ ଦେଖାଦଇଥିଲା। ଏସବୁ ମଧ୍ୟରେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଥିବାବେଳେ ଅସନ୍ତୋଷ ବୃଦ୍ଧି ପାଇଥିଲା। ତେବେ ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏକ ବଡ଼ ରାୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version