Latest

ପୁରୀ ବେଳାଭୂମିରେ ମିଳିବନି ମଦ

Posted on

ରାଜ୍ୟ ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି । ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାରେ ମଦ କ୍ୟାବିନ ଖୋଲିବାକୁ ଥିବା ବେଳେ ଏଥିରେ ପରିବର୍ତ୍ତନ ହୋଇଛି । ଆଉ ମଦ କ୍ୟାବିନ୍‌ ଖୋଲିବନି ବୋଲି ନିଷ୍ପତ୍ତି ନିଆଯାଇଛି। ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ କ୍ୟାବିନ୍‌ ମନା। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ସରକାର ନୀତିରେ ପରିବର୍ତ୍ତନ ଆଣିଛନ୍ତି। ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି। ଏଥିସହ ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୂର୍ବରୁ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ପୁରୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଶ୍ରୀକ୍ଷେତ୍ର ଭଳି ପବିତ୍ର ସ୍ଥାନରେ ମଦ କାରବାର କରାଇ ଦିଆଯିବନି ଏବଂ ଶେଷ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନାରା ଦେଇଥିଲେ। ତେବେ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ସରକାର ଅବକାରୀ ନୀତିରେ ପରିବର୍ତ୍ତନ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version