ରାଜ୍ୟ

‘ଫନି’କୁ ନେଇ ଚିନ୍ତା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଆସନ୍ତା ଦୁଇ ଦିନ ମଧ୍ୟରେ ସିଭିୟର ସାଇକ୍ଲୋନିକ ଝଡ଼ର ରୂପ ନେବାର ଆଶଙ୍କା ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଛିନ୍ତି।
ପ୍ରଧାନମନ୍ତ୍ରୀ ମୋଦି ସମ୍ଭାବ୍ୟ ‘ଫନି’ ମହାବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ବାତ୍ୟା ‘ଫନି’କୁ ନେଇ ସେ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ସେମାନଙ୍କୁ ଯଥାସମ୍ଭବ ସୁରକ୍ଷା ଯୋଗାଇ ଓ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ପାଇଁ ସୁରକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ‘ସାମୁଦ୍ରିକ ଝଡ଼ ‘ଫନି’ ସ୍ଥଳଭାଗ ନିକଟବର୍ତ୍ତୀ ହେବା ସହ ଆମ ରାଜ୍ୟ ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ସେ ଟେଲିଫୋନ ମାଧ୍ୟମରେ ଅଫିସରମାନଙ୍କ ସହ ଆଲୋଚନା କରିଥିଲେ। କ୍ୟାବିନେଟ୍ ସଚିବ ପିକେ ସିହ୍ନା, ଆଇଏମଡି ଆଞ୍ଚଳିକ ମୁଖ୍ୟ ଏଚଆର ବିଶ୍ୱାସ ଓ ଏନଡିଆରଏଫ ଡିଆଇଜି କେକେ ସିହ୍ନାଙ୍କ ସହିତ କଥାବାର୍ତ୍ତା ହୋଇ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବର ମୁକାବିଲା ଓ ପରିଚାଳନା ନେଇ ବିସ୍ତୃତ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version