Latest

ଫୋନରେ କଥା ହୋଇ ଦେଇଦେଲେ କରୋନା ଟୀକାର ଡବଲ ଡୋଜ୍‌

Posted on

କାନପୁର: ଦାୟିତ୍ୱହୀନ ହୋଇପଡିଲେ ଏଏନ୍‌ଏମ୍‌। ବେପରୁଆ ଭାବେ ଫୋନ୍‌ରେ କଥା ହୋଇ ଜଣଙ୍କୁ ହିଁ ଏକାଥରକେ କରୋନା ଟିକାର ଡବଲ୍ ଡୋଜ୍ ଦେଇଦେଲେ ନର୍ସ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରେଦଶରୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଦେହାତ ମଣ୍ଡୋଲିରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା କରଣ ଚାଲିଥିଲା । ସେଠାରେ କମଲେସ୍ ଦେବୀ ନାମକ ଜଣେ ମହିଳା ଟିକା ନେବାକୁ ଆସିଥିଲେ । ତେବେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଫୋନରେ ବ୍ୟସ୍ତ ଥିବା ଜଣେ ଏଏନଏମ କମଲେସ ଦେବୀଙ୍କୁ ଗୋଟିଏ ଥର ଟିକା ଦେବା ବଦଳରେ ଦୁଇଥର କରୋନା ଟିକା ଦେଇଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ମହିଳାଙ୍କ ପରିବାର ଲୋକେ ମେଡିକାଲ ଭିତରେ ହୋ ହାଲ୍ଲା କରିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version