Latest
ବଦଳିଲା ନିର୍ଦ୍ଦେଶ ଛୁଟି ନେଇ ପାରିବେ ସରକାରୀ ଅଧିକାରୀ
ବଦଳିଲା ଛୁଟି ନନେବା ନିଷ୍ପତ୍ତି । ଜୁନ୍ ୩୦ ଯାଏ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ ନିର୍ଦ୍ଦେଶରେ ପ୍ରଶାସନ ବୁଧବାର ସଂଶୋଧନ କରିଛି। ମିଳିଥିବା ସୂଚନାନୁଯାୟୀ, ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ। କିନ୍ତୁ ଜରୁରୀ ହେଲେ ତତ୍କାଳ ଯୋଗଦେବେ।
ଏପରିକି ଜରୁରୀ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଆକ୍ଟିଭ ରଖିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।