Latest

ବରଯାତ୍ରା ଗାଡ଼ି ଓଲଟି ୨୨ ରୁ ଅଧିକ ଆହତ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ବିବାହ ଭୋଜିରେ ଯୋଗଦେବା ପାଇଁ ଯାଉଥିବା ବେଳେ ଓଲଟି ପଡ଼ିଲା ମିନିଟ୍ରକ୍‌। ଫଳରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ବୋରଦା ଗ୍ରାମ ନିକଟରେ ଘଟିଛି।

ବିବାହ ଭୋଜିରେ ଯୋଗଦେବା ପାଇଁ ଗୌଡ଼ଗୋଠ ନୂଆସାହି ଗାଁରୁ ୫୦ରୁ ଅଧିକ ବରଯାତ୍ରୀ ମିନିଟ୍ରକ୍‌ରେ ଗଜପତି ଜିଲ୍ଲା ଝରଣା ଗ୍ରାମକୁ ଯାଉଥିଲେ। ତେବେ ବୋରଦା ଗ୍ରାମ ନିକଟ ଜାମପଲ୍ଲୀ ଠାରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ୨୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ବଡଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version