ରାଜ୍ୟ

ବସ୍ ଭଡ଼ା ବଢ଼ିଲା

Posted on

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସବୁ ବର୍ଗର ବସ୍ ଯାତ୍ରୀ ଭଡ଼ା ବୃଦ୍ଧି କରିଛନ୍ତି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସ୍ୱୟଂଚାଳିତ ଭଡ଼ା ବ୍ୟବସ୍ଥା ଅନ୍ତର୍ଗତ ସାଧାରଣ ବସ୍ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୧ ପଇସା ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୨ପଇସା ବୃଦ୍ଧି ପାଇଛି । ଆଜିର ଏହି ଭଡ଼ା ବୃଦ୍ଧି ପରେ ସାଧାରଣ ବସ୍ ଭଡ଼ା କିମି ପିଛା ୬୭ ପଇସାରୁ ୬୮ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୦ ପଇସାରୁ ୭୧ପଇସାକୁ, ଡିଲକ୍ସ ବସ୍ ଭଡ଼ା ୯୫ପଇସାରୁ ୯୭ ପଇସାକୁ ଏବଂ ଏସି ଡିଲକ୍ସ ବସ୍ ଭଡ଼ା ୧.୧୭ଟଙ୍କାରୁ ୧.୧୯ ଟଙ୍କାକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ବସ୍ଭଡ଼ା ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version