Latest

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଲେ ଶେଖ୍ ହସିନା

Posted on

ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧ କରି ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଲଗାତାର ଉଗ୍ର ହେବାରେ ଲାଗିଛି । ଏହି ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ୧୫ ବର୍ଷ ସତ୍ତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡିଛନ୍ତି ଶେଖ୍ ହସିନା ।ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା ତାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା। ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିଥିଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଏକ ସୁରକ୍ଷିତ ସ୍ଥାନକୁ ପାଲେଇଥିବ ସୂଚନା ମିଳିଛି।

ସୂଚନା ମୁତାବକ, ଗତକାଲି କିଛି ଛାତ୍ର ସଂଗଠନ ଏବଂ ବିରୋଧୀ ଦଳ ଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନର ପ୍ରାୟ ୧୪ ଜଣ ପୁଲିସ୍‌ କର୍ମଚାରୀଙ୍କ ସମେତ ଅତିକମରେ ୩୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ ଲୋକ ଆହତ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଉପରେ କୌଣସି ସରକାରୀ ବୟାନ ଜାରି ହୋଇ ନାହିଁ । ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବେଳେ ପରିସ୍ଥିତି ବିଗୁଡୁଥିବା ଦେଖି ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version