ରାଜ୍ୟ

ବିଜୁ ଯୁବ ବାହିନୀର ୮୮ଜଣ ସଦସ୍ୟଙ୍କ ବିଦେଶ ଗସ୍ତ

Posted on

ଭୁବନେଶ୍ୱର((ଓଡ଼ିଶା ୱେୟାର)): ବିଜୁ ଯୁବ ବାହିନୀର ୮୮ଜଣ ସଦସ୍ୟ ଆସନ୍ତାକାଲି ବିଦେଶ ଗସ୍ତରେ ଯିବେ। ସେମାନେ ମାର୍ଚ୍ଚ ୩ତାରିଖ ପର‌୍ୟ୍ୟନ୍ତ ସିଙ୍ଗାପୁର ଗସ୍ତରେ ରହିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି।
ବିଜୁ ଯୁବ ବାହିନୀର ଏହି ୮୮ଜଣ ସଦସ୍ୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବାବେଳେ ସେମାନେ ସିଙ୍ଗାପୁର ରହଣୀ ସମୟରେ ସେଠାକାର କଳା, ସଂସ୍କୃତି,କ୍ରୀଡ଼ା ଓ ମନୋରଞ୍ଜନ ସ୍ଥଳୀ, ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ ପର‌୍ୟ୍ୟଟନ ସ୍ଥଳ ପରିଦର୍ଶ କରି ଯୁବଗୋଷ୍ଠୀଙ୍କ ସହ ଭାବ ବିନିମୟ କରିବେ। ଏହି ଗସ୍ତ ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡ଼ିଛି। ସରକାରୀ ଅର୍ଥରେ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଏଭଳି ବିଦେଶ ଗସ୍ତକୁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କଡ଼ା ଭାଷାରେ ସମାଲୋଚନା କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version