Latest
ବିଜେଡିରୁ ଇସ୍ତଫା ଦେଲେ କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ
ବିଜେଡି ଛାଡ଼ିଲେ କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।
ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇନଥିଲା। ଏଥର ବି ଦଳ ତାଙ୍କୁ ଟିକେଟରୁ ବଞ୍ଚିତ କରିଛି। ଏହି କାରଣରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ସେ ନିର୍ବାଚନ ଲଢ଼ିବାକୁ ବୋଲି ଦଳର ସୁପ୍ରିମୋଙ୍କୁ ଜଣାଇବା ପରେ ବି ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇନାହିଁ ବୋଲି ସେ କ୍ଷୋଭୋକ୍ତି କରିଛନ୍ତି।
ବିଜେଡି ଛାଡ଼ିବା ପରେ ଆକାଶ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁଁ।