ରାଜନୀତି

ବିଜେଡିରେ ମିଶିଲେ ନବ ଦାସ

Posted on

ଝାରସୁଗୁଡ଼ା(ଓଡ଼ିଶା ୱେୟାର):ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।ଝାରସୁଗୁଡ଼ାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ନବ ଫୁଲତୋଡ଼ା ଦେଇ ସଭା ମଂଚରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଝାରସୁଗୁଡ଼ାର ବିକାଶ ପାଇଁ ନବଙ୍କୁ ନିଆଯାଇଥିବା କଥା ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜନସାଧାରଣଙ୍କୁ ଅବଗତ କରିଛନ୍ତି । ଦୀର୍ଘଦିନ ହେବ ନବ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଥିଲା। ଶେଷରେ ସେ ଆଜି ସାମିଲ ହୋଇଛନ୍ତି। କଂଗ୍ରେସରୁ ସେ ନିକଟରେ ଇସ୍ତଫା ଦେଇଥିଲେ। କଂଗ୍ରେସ ମଧ୍ୟ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି। ନବଙ୍କୁ କଂଗ୍ରେସ ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି କରିଥିଲା। ଏକାଧିକବାର କଂଗ୍ରେସ ଟିକଟରୁ ନବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବହୁ ସଂଖ୍ୟାରେ ନବଙ୍କ ସମର୍ଥକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version