ରାଜନୀତି

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବାପରେ ତାଙ୍କ ଝିଅ ତଥା ଭୁବନେଶ୍ୱରର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପିତାଙ୍କ ବିରୁଦ୍ଧରେ ଯାଇ ପୁଅ ସମ୍ବିତ ରାଉତରାୟଙ୍କ ଏବେ ବି ବିଜେଡିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଝିଅ ପ୍ରୀତିନନ୍ଦା ପ୍ରଥମରୁ ହିଁ ପିତାଙ୍କ ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରିଆସୁଥିଲେ।
ଶ୍ରୀମତୀ ରାଉତରାୟ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବାବେଳେ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀମତୀ ରାଉତରାୟ ତାଙ୍କୁ ଗତ କିଛିମାସ ହେବ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଡକାଯାଉନଥିବା ତଥା ପକ୍ଷପାତପୂର୍ଣ୍ଣ ଆଚରଣ କରାଯାଉଥିବାବେଳେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡ଼ିଛନ୍ତି। ବିଜେଡିରୁ ଡାକ୍ତର ରାଉତଙ୍କ ବହିଷ୍କାର ପରେ ମଧ୍ୟ ଶ୍ରୀମତୀ ରାଉତରାୟ ଦଳ ବିରୁଦ୍ଧରେ କୌଣସି ମତାମତ ଦେଇନଥିଲେ। କର୍ପୋରେଟର ଭାବେ ସେ ଲୋକଙ୍କ ସହ ରହି କାର୍ଯ୍ୟ କରୁଥିଲେ। ଦୁଇଦିନ ପୂର୍ବରୁ ତାଙ୍କ ପିତା ଡାକ୍ତର ରାଉତ ବିଜେପିରେ ସାମିଲ ହେବାପରେ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version